Home କେନ୍ଦୁଝର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅଧାପକଙ୍କ ଦାନ (ଫଟୋ)

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅଧାପକଙ୍କ ଦାନ (ଫଟୋ)

65

ହାଟଡିହି- ୭ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗୋପ ଗ୍ରାମର ଅଧ୍ୟାପକ ଦୁର୍ଗାଶଙ୍କର ପରିଡା କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦ହଜାର ଟଙ୍କା ଦାନ କରିଛନ୍ତି । ସେ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପଚାଶ ହଜାର ଯଙ୍କାର ଚେକ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ପରିଡା ଏବେ ମୟୁରଭଞ୍ଜ ଜିଲ୍ଲା ଫୁଲମତୀ ହେମ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡିଆବେଡାର ବରିଷ୍ଠ ଇଂରାଜି ଅଧାପକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଅଧ୍ୟାପନା ସହିତ ସମାଜସେବାକୁ ନିଜ ବ୍ରତ ଭାବେ ଗ୍ରହଣ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା କରୋନା ନିରାକରଣ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ଏହି ଅର୍ଥରାଶି ଦାନ କରିଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.