Home କେନ୍ଦୁଝର ଓରାଳିରେ ଦୀର୍ଘଦିନ ହେଲା ଏଟିଏମ ଅଚଳ, ଲୋକେ ହିନସ୍ଥା

ଓରାଳିରେ ଦୀର୍ଘଦିନ ହେଲା ଏଟିଏମ ଅଚଳ, ଲୋକେ ହିନସ୍ଥା

63

ହାଟଡିହି- ୭ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ କାଉଣ୍ଟରଟି ଦୀର୍ଘଦିନ ହେଳା ଅଚଳ ହୋଇପଡିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ଖବରରୁ ଜଣାଯାଇଛି ଯେ ଓରାଳି ଠାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଏକ ଏଟିଏମ କାଉଣ୍ଟର ଖୋଲା ଯାଇଥିଲା । ଏହି କାଉଣ୍ଟର ଉପରେ ହାଟଡିହି ବ୍ଲକର ଓରାଳି, କରଞ୍ଜପଦି, ମଧୁରଗଡିଆ, ଜାମିତିରା, କ୍ଷେତୁଆଳି, ଇଞ୍ଚୋଳ, ତାମ୍ପଳା, କଳିଗାଁ, ଅଁରା, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଆପଣ୍ଡା, ବାଲିପୁର, କଟିଆ ଆଦି ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । ବର୍ତ୍ତମାନ କରୋନା ମହାମାରୀ ସମୟରେ ବ୍ୟାଙ୍କ ଗୁଡିକରେ ପ୍ରବଳ ଗହଳି ଲାଗୁଥିବାରୁ କୋଭିଡ ସଂକ୍ରମଣକୁ ଭୟ କରି ଅନେକ ଲୋକ ବାଙ୍କ ମାନଙ୍କୁ ଯାଉ ନାହାନ୍ତି । ଯାହାଦ୍ୱାରାକି ଦିବ୍ୟାଙ୍ଗ, ବୟସ୍କ ଲୋକ, ବିଦ୍ୟାର୍ôଥ ଓ ମହିଳା ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏପରି ସମୟରେ ଏହି ଏଟିଏମ କାଉଣ୍ଟରଟି ଦୀର୍ଘଦିନ ଧରି ଅଚଳ ହୋଇ ପଡିଥିବାରୁ ଲୋକମାନେ ବ୍ୟାଙ୍କ ସେବା ଉପରେ ଭରସା କରିପାରୁ ନାହାନ୍ତି । ଏଣୁ ଏସ.ବି.ଆଇ କର୍ତ୍ତୁପକ୍ଷ ତୁରନ୍ତ ଏହି ଏଟିଏମ କାଉଣ୍ଟରଟିକୁ ସଚଳ କରି ସେବା ଯୋଗାଇ ଦେବାକୁ ଓରାଳି ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.