Home କେନ୍ଦୁଝର ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସରେୀ ବୃକ୍ଷରୋପଣ

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସରେୀ ବୃକ୍ଷରୋପଣ

61

ହାଟଡିହି- ୭ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଇଞ୍ଚୋଳ ବିକାଶ ମଞ୍ଚ ଗତ ୫ବର୍ଷ ଧରି ପରିବେଶ ସଚେତନତା, ମୃତ୍ତିକା ସଂରକ୍ଷଣ, ବୃକ୍ଷରୋପଣ, ପ୍ଲାଷ୍ଟିକ ବ୍ୟବହାର ନକରିବା ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାନ କରି ଆସୁଛି । ବିଶ୍ୱ ପରିବେଶ ଦିବସ ଅବସରରେ ଇଞ୍ଚୋଳ ଠାରେ ବିକାଶ ମଞ୍ଚ ପକ୍ଷରୁ ବୃକ୍ଷରୋପଣ ଓ ଘରଚଟିଆ ପକ୍ଷୀ ସଂରକ୍ଷଣ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅବସରରେ ମରୈଗାଁ-ବଳୀପୁର କେନାଲ ବନ୍ଧର ଦୁଇ ପାଶ୍ୱର୍ରେ ବୃକ୍ଷ ରୋପଣ କରାଯିବା ସହ ବିଭିନ୍ନ ଗଛ ମାନଙ୍କରେ ପକ୍ଷୀ ମାନଙ୍କ ପାଇଁ ବସା ସ୍ଥାପନ କରାଯାଇଥିଲା । ଚନ୍ଦନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉମାକାନ୍ତ ପଣ୍ଡା, ଭାଗିରôତ ନାୟକ, କାହ୍ନୁ ଚରଣ ଜେନା, ରଞ୍ଜନ ପଣ୍ଡା, ସତ୍ୟବ୍ରତ ନାଗବଂଶୀ,ସାଇବ ପଣ୍ଡା, ସରୋଜ ଜେନା, ଶ୍ରୀକାନ୍ତ ଜେନା, ହରେକୃଷ୍ଣ ଜେନା, ତପନ ଜେନା, ନାଣ୍ଡୁ ଚରଣ ଜେନା ପ୍ରମୁଖ ଯୋଗଦେଇଥିଲେ । ‘ଆସ ଲଗାଇବା ଗଛ ଆଉ ସବୁକଥା ପଛ’ ବାର୍ତ୍ତା ମାଧ୍ୟମରେ ଲୋକମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ସଚେତନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.