Home କେନ୍ଦ୍ରାପଡ଼ା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତବଢାଇଲେ ଜରିପଡା ମହିଳା ସଂଗଠନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତବଢାଇଲେ ଜରିପଡା ମହିଳା ସଂଗଠନ

124

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମପଂଚାୟତର ଜରିପଡା ଗ୍ରାମର କସ୍ତୁରବା ମହିଳା ସମିତି ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସମ୍ପାଦକ ତଥା ସମାଜସେବୀ ଗୋପାଳକୃଷ୍ଣ ଜେନାଙ୍କ ସହଯୋଗ ଓ ପରାମର୍ଶ କ୍ରମେ କୋଭିଡ-୧୯କୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୯ହଜାର ୫ଶହ ଟଙ୍କାର ଚେକ ଜିଲ୍ଲାର ଦକ୍ଷ ଯୁବ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ହାତରେ ପ୍ରଦାନ କରିଛନ୍ତି। ଏହାବ୍ୟତିରେକ ନିଜ ଗ୍ରାମରେ ସଫେଇ କାର୍ଯ୍ୟ ସହ କରୋନା ମୁକ୍ତ ହେବା ପାଇଁ ସାମାଜିକ ଦ୍ୱରତା ରକ୍ଷା, ଘରୁ ବାହାରିଲେ ମାସ୍କ ପିନ୍ଧିବା, ହାତକୁ ଦିନକୁ ୭/୮ ଥର ସାବୁନରେ ଧୋଇବା ପ୍ରଭୃତି ବିଷୟରେ ଗ୍ରାମର ଲୋକମାନଙ୍କୁ ବୁଝାଇବା ସହ ମାସ୍କ ବଂଟନ କରିଥିଲେ। ମହିଳା ସଂଗଠନର ମା’ଶାରଳା, ମା’ମଙ୍ଗଳା, ଓମ ଶାନ୍ତି, ଗୋପାଳଜୀଉ, ଓମ ସାଇ, ରାଧାମାଧବ, ରାଧାରାଣୀ, ଦୁର୍ଗାଶ୍ରୀ, ସାୟୀ ସମ୍ପୂର୍ଣ୍ଣା, ଅଭିନ୍ନ ସୁନ୍ଦରୀ ଓ ସାହାଡା ସୁନ୍ଦରୀ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ କରିଥିଲେ। ମୁଖ୍ୟ ଉପଦେଷ୍ଟା ଶ୍ରୀ ଜେନାଙ୍କ ସମେତ ଉର୍ମିଳା ମନ୍ତ୍ରୀ, ସୁଜାତା ଦାସ, ପୁଷ୍ପଲତା ଦାସ, ଭକ୍ତିଲତା ମଳିକ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ କରିଥିଲେ। ଏଭଳି କାର୍ଯ୍ୟ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.