Home କେନ୍ଦୁଝର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୧୦ହଜାର ଟଙ୍କା ଦାନକଲେ ଚାଷୀ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୧୦ହଜାର ଟଙ୍କା ଦାନକଲେ ଚାଷୀ

893

ହାଟଡ଼ିହି-୧୧/୪, କରୋନା ମହାମାରୀକୁ ନେଇ ଦେଶ ଏବେ ଘୋର ଆର୍ôଥକ ସଙ୍କଟରେ ଥିବାବେଳେ ଓ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଥିବାବେଳେ ଡଅଁର ଗ୍ରାମର ଜଣେ ଚାଷୀ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିବା ଘଟଣା ଆଲୋଚନାର ବିଷୟ ପାଲଟିଛି । ହାଟଡିହି ବ୍ଲକ ଡଅଁର ଗ୍ରାମର ପୁର୍ଣ୍ଣଚନ୍ଦ୍ର ନାୟକ ନାମକ ଜଣେ କ୍ଷୁଦ୍ରଚାଷୀ ଆଜି ହାଟଡିହି ବ୍ଲକର ବିଡିଓଙ୍କୁ ଭେଟି କରୋନା ମହାମାରୀର ମୁକାବିଲା ଲାଗି ସରକାରଙ୍କୁ କିଛି ସହାୟତା ଦେବାକୁ କହି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡ କୋଭିଡି-୧୯କୁ ୧୦ହଜାର ଟଙ୍କାର ଏକ ଚେକ ବିଡିଓଙ୍କୁ ଦାନ କରିଥିଲେ । ସେହିପରି ପୁର୍ଣ୍ଣଚନ୍ଦ୍ର ନନ୍ଦିପଦା ଥାନାର ସମସ୍ତ ପୁଲିସ କର୍ମଚାରୀ ମାନେ ଦିନରାତି କରୋନା ଡିଉଟିରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କୁ ଗ୍ଲୋବସ ପ୍ରଦାନ କରିଛନ୍ତି । ଆସନ୍ତାକାଲି ବ୍ଳକର ସମସ୍ତ କର୍ମଚାରୀଙ୍କୁ ଗ୍ଲୋବସ ପ୍ରଦାନ କରିବେ ବୋଲି କହିଛନ୍ତି । ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ସହିତ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.