Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ DHH Complex ହେବ ସାତ...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ DHH Complex ହେବ ସାତ ମହଲା, ୩୦୦ ଶଯ୍ୟା ବିଶିଷ୍ଟ

271

‘ମୋ ସରକାର’ ଟିମ୍ ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆ DHH Complex ହେବ ସାତ ମହଲା, ୩୦୦ ଶଯ୍ୟା ବିଶିଷ୍ଟ – ବର୍ତ୍ତମାନର ଶଯ୍ୟା ସଂଖ୍ୟା ୧୯୧ ରୁ ୩୦୦କୁ ବୃଦ୍ଧି

ଭୁବନେଶ୍ୱର ୬.୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ କେତେକ ନିଷ୍ପତ୍ତି କରିଛନ୍ତି। ମୋ ସରକାର ଟିମ୍ ଭଦ୍ରକ ଗସ୍ତ ପରେ ରୋଗୀ ମାନଙ୍କ ଫିଡ୍ ବ୍ୟାକ୍ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ରାଜ୍ୟ ସରକାର ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।
– ଏହି ନିଷ୍ପତ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ତଥା ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ୭ (G+୬) ମହଲା ବିଶିଷ୍ଟ ଏକ ନୂତନ DHH Complex ନିର୍ମାଣ କରାଯିବ। ଏଥିରେ ୩୦୦ଟି ଶଯ୍ୟା ରହିବ। ବର୍ତ୍ତମାନ ଯେଉଁ ବିଲ୍ଡିଂରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି, ସେଥିରେ ୧୯୧ଟି ଶଯ୍ୟା ରହିଛି। ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଏହି ଶଯ୍ୟା ସଂଖ୍ୟା ୧୯୧ରୁ ୩୦୦କୁ ବୃଦ୍ଧି କରାଯିବ।

ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାରେ ଏକ ରେଷ୍ଟ ସେଡ୍ ନିର୍ମାଣ କରାଯିବା ସହିତ ଓ.ପି.ଡି ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ। ରୋଗୀ ଓ ଆଟେଣ୍ଡାଣ୍ଟମାନଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ପାର୍କିଂ ଏରିଆର ବିକାଶ କରାଯିବ।

ଭଦ୍ରକ ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.