Home ଓଡ଼ିଶା ପ୍ରକାଶ ପାଇଲା ଓଏସଏସ ପରୀକ୍ଷା ଫଳ : ପ୍ରଥମ ସ୍ଥାନ ଅଧିକାର କଲେ ଦେବାଶିଷ ପଣ୍ଡା

ପ୍ରକାଶ ପାଇଲା ଓଏସଏସ ପରୀକ୍ଷା ଫଳ : ପ୍ରଥମ ସ୍ଥାନ ଅଧିକାର କଲେ ଦେବାଶିଷ ପଣ୍ଡା

677

ଭୁବନେଶ୍ୱର ୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ୨୦୧୮ର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସମୁଦାୟ ୨୧୮ ଜଣ ଓଏଏସ କୃତକାର୍ଯ୍ୟ ହୋଇଥିବାବେଳେ ଏଥିରୁ ୭୨ ଜଣ ମହିଳା ରହିଛନ୍ତି। ଏହି ପରୀକ୍ଷାରେ ଟପ୍ ୧୦ରେ ଦେବାଶିଷ ପଣ୍ଡା ପ୍ରଥମ ହୋଇଥିବାବେଳେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଋତୁପର୍ଣ୍ଣା ମହାପାତ୍ର। ତୃତୀୟ ସ୍ଥାନ ଆକାଶ କୁମାର ପଣ୍ଡା ଅଧିକାର କରିଥିବାବେଳେ ଚତୁର୍ଥ ସ୍ଥାନରେ ରହିଛନ୍ତି ସନ୍ତୋଷିନୀ ଦାଶ। ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା। ଷଷ୍ଠ ସ୍ଥାନରେ ଶକ୍ତିଶ୍ରୀ ସାହୁ, ସପ୍ତମ ସ୍ଥାନ ଶତାବ୍ଦୀ ରାୟ, ଅଷ୍ଟମ ସ୍ଥାନ ଦମୟନ୍ତୀ ସାହୁ, ନବମ ସ୍ଥାନ ଶକ୍ତି ମହାପାତ୍ର, ଦଶମ ସ୍ଥାନ ସ୍ମରଣିକା ତୁଳ ଅଧିକାର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.