Home ଜିଲ୍ଲା ପରିକ୍ରମା ବୈତରଣୀ ଆଂଚଳିକ ଉନ୍ନୟନ ପରିଷଦର ବାର୍ଷିକୋତ୍ସବ

ବୈତରଣୀ ଆଂଚଳିକ ଉନ୍ନୟନ ପରିଷଦର ବାର୍ଷିକୋତ୍ସବ

169

ଯାଜପୁର୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଲକ ବରୁଣ୍ଡାଇ ପଂଚାୟତର ବୈତରଣୀ ଆଂଚଳିକ ଉନ୍ନୟନ ପରିଷଦର ବାର୍ଷିକୋତ୍ସବ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ସନାତନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ସାଂସଦ ଶର୍ମିଷ୍ଠା ସେଠୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ବିଧାୟକ ଅଶୋକ କୁମାର ବଳ ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ସମିତିସଭ୍ୟା ଜୟନ୍ତୀ ସାହୁ, ପୂର୍ବତନ ସରପଂଚ ଉଦୟ ପରିଡା, ପ୍ରଫୁଲ୍ଲ କୁମାର ରାଉତ, ନୃସିଂହ ଚରଣ ଦଳାଇ, ଅଭୟ କୁମାର ମହାନ୍ତି, ବ୍ରଜ କିଶୋର ମିଶ୍ର ଯୋଗଦେଇଥିଲେ । ମାତ୍ର ଏହି ବୈଠକରେ ଶାସକ ଦଳ ସମର୍ଥିତ ନିର୍ବାଚିତ ସରପଂଚଙ୍କ ଅନୁପସ୍ଥିତି ନେଇ ଚାପା ଗୁଞ୍ଜରଣ ଦେଖାଦେଇଥିଲା । ଶାସକ ଦଳର ସାଂସଦ ଓ ବିଧାୟକଙ୍କ ଅତିଥିଭାବେ ଯୋଗଦେଇଥିବା ବେଳେ ଶାସକଦଳ ସମର୍ଥିତ ସରପଂଚ ଅନୁପସ୍ଥିତ ରହିବା ଯୋଗୁ ଗୁଂଜରଣ ହେବା ଦେଖିବାକୁ ମିଳିଥିଲା । ଅନେକ ଶାସକ ଜଳକର୍ମି ଏହାକୁ ବିରୋଧ କରିଥିଲେ । ଏମିତିକି କେତେକ ସଭାସ୍ଥଳକୁ ଆସି ପାଟିତୁଣ୍ଡ କରିଥିବା ବେଳେ ସୁରକ୍ଷା କର୍ମି ତାଙ୍କୁ ନେଇ ବାହାରେ ଛାଡିଥିଲେ । ଏ ସର୍ମ୍ପକରେ ସରପଂଚ ସୌଭାଗ୍ୟ ମହାନ୍ତିଙ୍କୁ ପଚାରିବାରୁ ମୋତେ ନିମନ୍ତ୍ରଣ ମିଳିନଥିବାରୁ ମୁଁ ସେଠାକୁ ଯାଇ ନାହିଁ ବୋଲି କହିଥିଲେ । ଅନୁଷ୍ଠାନ ଶାସକ ଦଳର ବିଧାୟକ, ସାଂସଦ ଓ ସମିତିସଭ୍ୟା ଓ ପୂର୍ବତନ ସରପଂଚଙ୍କୁ ଅତିଥି କରିଥିବା ବେଳେ ସରପଂଚଙ୍କୁ ନିମନ୍ତ୍ରଣ ନକରିବା ଘଟଣାକୁ କେହି ସହଜେ ହଜମ କରିପାରିନଥିଲେ  । ଏମିତିକି ଅମୃତିଆ ପଂଚାୟତରେ ଏକ ଶିଳନ୍ୟାସ ଉତ୍ସବରେ ମଧ୍ୟ ସରପଂଚ ଓ ସମିତିସଭ୍ୟାଙ୍କୁ ଡକାନଯିବାରୁ ବହୁ କର୍ମି ଏହାକୁ ବିରୋଧ କରି ସେଠାକୁ ଆସିନଥିଲେ । ସାଧାରଣ ନିର୍ବାଚନ ପରେ ଗୋଷ୍ଠୀ କନ୍ଦଳ କମିବା ପରିବର୍ତେ ବଢୁଥିବା ଦେଖାଯାଉଛି । ଶାସକ ଦଳରୁ ନିର୍ବାଚିତ ହୋଇଥିବା ବିଧାୟକ ଓ ସାଂସଦ ତୃଣମୂଳରେ ଥିବା ଦଳୀୟ ନେତା ଏବଂ କର୍ମିଙ୍କୁ ଗୁରୁତ୍ୱ ନଦେଇ ବିରୋଧି ଦଳ ନେତାମାନଙ୍କୁ ଗୁରୁତ୍ୱ ଦେବାକୁ ସହଜରେ ହଜମ କରିପରୁନାହାଁନ୍ତି ଦଳୀୟ ନେତା ଓ କର୍ମି ବୋଲି ଦେଖିବାକୁ ମିଳିଛି ।ବର୍ଷ ଆରମ୍ଭରୁ ଫାଟ ହେବା ଦେଖି ଆଗକୁ ଶାସକ ଦଳର ପରିସ୍ଥିତି କଣ ହେବ ତାହା କେବଳ ଦେଖିବାକୁ ବାକି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.