Home Top News ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଯ୍ୟକ୍ରମ – ଲୋକାର୍ପଣ ହେବ ମେଗା ଲିଫ୍ଟ ଯୋଜନା

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି କାର୍ଯ୍ୟକ୍ରମ – ଲୋକାର୍ପଣ ହେବ ମେଗା ଲିଫ୍ଟ ଯୋଜନା

69

କଳାହାଣ୍ଡି, – ୦୯.୦୧ (ଓଡିଆ ପୁଅ) ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗାମୀ ୧୪ ତାରିଖ ଦିନ କଳାହାଣ୍ଡି ଗସ୍ତ କାର‌୍ୟ୍ୟକ୍ରମ ରହିଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଂଚଳର ମଙ୍ଗଳପୁରସ୍ଥିତ ହାତୀ ବେରେଜ ପାଶ୍ୱର୍ରେ ନବନିର୍ମିତ ମେଗା ଲିପ୍ଟ ଯୋଜନାକୁ ଲୋକାର୍ପଣ କରିବାର ଯୋଜନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର‌୍ୟ୍ୟକ୍ରମ ହେବା ପୂର୍ବରୁ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ ବିଧାୟକ ମୌଷଧି ବାଗ, ପୂର୍ବ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପଷ୍ପେନ୍ଦୁ ସିଂଦେଓ ତଥା ଜିଲ୍ଲାପାଳ, ଏସପି ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମଙ୍ଗଳପୁର ଗସ୍ତ କରି କାର‌୍ୟ୍ୟକ୍ରମର ରୂପରେଖ ତଦାରଖ କରି ଥିବା ଜଣାପଡିଛି।

ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ପ୍ରାୟ ସମସ୍ତ ମନ୍ତ୍ରୀ, ୬୦ ଜଣ ବିଧାୟକଏବଂ ଅନ୍ୟାନ୍ୟ କାର‌୍ୟ୍ୟକର୍ତା ଏହି କାର‌୍ୟ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି। ଲୋକାର୍ପଣ ସ୍ଥଳରେ ତିନିଟି ମଂଚ ନିର୍ମାଣ ଚାଲିଥିବା ବେଳେ ମୁଖ୍ୟ ମଂଚରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଏବଂ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବାର ଜଣାପଡିଛି। କୋଭିଡ ପରୀକ୍ଷା କରାଯାଇ ପ୍ରତି ପଂଚାୟତରୁ ଅନ୍ୟୁନ ଦଶଜଣଙ୍କୁ ଏହି କାର‌୍ୟୟକ୍ରମରେ ଯୋଗ ଦେବାକୁ ସୁଯୋଗ ଦେବାର ବ୍ୟବସ୍ଥା ଥିବାର ଜଣାପଡିଛି। ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ କୋଭିଡ ପରୀକ୍ଷା କରିବା ପରେ ହିଁ ପାଶ ମିଳିବାର ବ୍ୟବସ୍ଥା କରାଯାଇଛି।

ସୂଚନା ଯୋଗ୍ୟ ଯେ, ଇନ୍ଦ୍ରାବତୀ ଜଳସେଚନ ଯୋଜନା କାର‌୍ୟ୍ୟକାରୀ ହେବାପରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ଅଧିକାଂଶ ଅଂଚଳ ଜଳସେଚିତ ହୋଇ ଶସ୍ୟ ଶ୍ୟାମଳା ହୋଇଯାଇଥିଲା।ହେଲେ ଯେଉଁଠି ଇନ୍ଦ୍ରାବତୀ ଜଳସେଚନ ଯୋଜନା ଆରମ୍ଭ ହୋଇଛି ସେହି ଜୟପାଟଣା ବ୍ଲକର ଅଧିକାଂଶ ଅଂଚଳ ସମେତ କୋକସରା ବ୍ଲକର କେବଳ ତନି/ଚାରି ଖଣ୍ଡ ଗ୍ରାମ ବ୍ୟତୀତ ସମଗ୍ର ଅଂଚଳ, ଧର୍ମଗଡ ବ୍ଲକର ଅଧିକାଂଶ ଅଂଚଳରେ ଜଳ ସେଚନ ବ୍ୟବସ୍ଥା ହୋଇପାରୁନଥିଲା। ସ୍ଥାନୀୟ ଚାଷୀ ମାନଙ୍କ ଦ୍ୱାରା ଦାବି ହେବା ପରେ ଇନ୍ଦ୍ରାବତୀ ମେଗା ଲିପ୍ଟ ପ୍ରୋଜେକ୍ଟ କରି ଉଠାଜଳସେଚନ ବ୍ୟବସ୍ଥା ମାଧ୍ୟମରେ ବଳକା ଥିବା ଏହି ସବୁ ଅଂଚଲକୁ ଜଳସେଚିତ କରିବାକୁ ଓଡିଶାର ମୁଖ୍ୟ ମନ୍ତ୍ରୀ ଗତ ୨୦୧୩ ମସିହାରେ କୋକସରା ଠାରେ ଘୋଷଣା କରି ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ମେଗା ଉଠାଜଳସେଚନ ପ୍ରକଳ୍ପ ୭୬୫ କୋଟୀ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ବେଳେ ସମଗ୍ର ଅଂଚଲର ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚିତ ହେବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.