Home କୋରାପୁଟ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପ୍ଲାଜମା ୟୁନିଟ; ପ୍ରକାଶ କିଶାନ...

କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପ୍ଲାଜମା ୟୁନିଟ; ପ୍ରକାଶ କିଶାନ ୧୦୦ ତମ ବ୍ୟକ୍ତି ଭାବେ ପ୍ଲାଜମା ଦାନ କଲେ

25

କୋରାପୁଟ ୦୯-୦୧ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପ୍ଲାଜମା ୟୁନିଟରେ ଆଜି ସୁଦ୍ଧା ୧୦୦ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ପ୍ଲାଜମା ନୋଡାଲ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।କୋରାପୁଟ ୭ମ ଆଇଆରବିଏନର ପ୍ରକାଶ କିଶାନ ୧୦୦ ତମ ବ୍ୟକ୍ତିଭାବେ ପ୍ଲାଜମା ଦାନ କରିଥିଲେ। କୋରାପୁଟ ୭ମ ଆଇଆରବିଏନର ନୀଳମାଧବ ସ୍ୱାଇଁ ଓ କୃଷ୍ଣଚନ୍ଦ୍ର କର୍ଣ୍ଣ ଆଜି ୯୮ ଓ ୯୯ ତମ ବ୍ୟକ୍ତି ଭାବେ ପ୍ଲାଜମା ଦାନ କରିଥିଲେ। ଏହି ଅବସରରେ ପ୍ଲାଜମା ଦାନ କରିଥିବା ବ୍ୟକ୍ତି ଓ ମେଡିକାଲ ଟିମକୁ ପୁଷ୍ପଗୁଛ ଦେଇ ଶ୍ରୀ ନାୟକ ସମ୍ବର୍ନ୍ଧିତ କରିଥିଲେ।ଓଏସଏପି ୩ ୟ ବାଟାଲିୟନର ଦୁର୍ଗପତି, ବିଡିଓ ଲମତାପୁଟ, ସୁନାବେଡା ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜାମଦାର, ପଟ୍ଟାଙ୍ଗୀ ବିଡିଓ ମୋନାଲିସା ଦେବତା, ସଂଯୋଜକ ଲକ୍ଷ୍ମିକାନ୍ତ ମହାପାତ୍ର, ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ଫକୀର ଚରଣ ମୁଣ୍ଡା ଓ ଷ୍ଟାଫମାନଙ୍କୁ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କରୋନା ରୋଗର ନିରାକରଣ ପାଇଁ ଗତ ବର୍ଷ ଅଗଷ୍ଟମାସ ୨୭ ତାରିଖରେ କୋରାପୁଟଠାରେ ପ୍ଲାଜମା ୟୁନିଟ ଉଦଘାଟିତ ହୋଇଥିଲା।ଦାମନଯୋଡିର ବିଷ୍ଣୁ ଗରଡା ପ୍ରଥମ ବ୍ୟକ୍ତିଭାବେ ପ୍ଲାଜମା ଦାନ କରିଥିଲେ।୧୦୦ ଜଣ ବ୍ୟକ୍ତିଙ୍କଠାରୁ ୧୯୦ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୯ ୟୁନିଟ ବ୍ୟବହୃତ ହୋଇଥିବା ବେଳେ ୧୪୧ ୟୁନିଟ ମହଜୁଦ ରହିଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି।କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁର ଜିଲ୍ଲାର ବ୍ୟକ୍ତିମାନେ ପ୍ଲାଜମା ଦାନ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ଜିଲ୍ଲାର ୬୪ ଜଣ ବ୍ୟକ୍ତି ରହିଥିବା ବେଳେ ରାୟଗଡାରୁ ୫, ମାଲକାନଗିରିରୁ ୧୬ ଓ ନବରଙ୍ଗପୁରରୁ ୧୫ ଜଣ ବ୍ୟକ୍ତି ପ୍ଲଜମା ଦାନ କରିଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି।ସର୍ବାଧିକ ପୋଲିସ ବିଭାଗ ତରଫରୁ ସର୍ବାଧିକ ୬୫ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଥିବା ସେ ପ୍ରକାଶ କରିଥିଲେ।ଆହୁରୀ ୮୦ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ରହିଥିବା ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.