Home ଓଡ଼ିଶା ରଣପୁର ରେଞ୍ଜର ଦ୍ୱାରା ୫୦ ହଜାର ଟଙ୍କାର ସାଗୁଆନ କାଠ ଜବତ

ରଣପୁର ରେଞ୍ଜର ଦ୍ୱାରା ୫୦ ହଜାର ଟଙ୍କାର ସାଗୁଆନ କାଠ ଜବତ

44

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୨୭/୧୦ – ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନ ରଣପୁର ବନାଂଚଳ  ରେ ସାଗୁଆନ କାଠ ଚୋରୀ ଘଟଣା ବଢିବାକୁ ଲାଗିଲାଣୀ  । ଯାହାକୁ ନେଇ ରଣପୁର ବନାଂଚଳ ର ରେଞ୍ଜର ଶାନ୍ତନୁ କୁମାର ଦଳେଇ ରାତ୍ରୀ କାଳୀନ ଯାଂଚ କୁ କଡାକଡି କରିଥିବା ଜଣାପଡିଛି ।

ଗତ ଅକ୍ଟୋବର ୨୬ ତାରିଖ ରାତ୍ରୀ ରେ ମୟୁରଝାଲିଆ ଅଂଚଳ ରେ ଯାଂଚ କରି ଫେରୁଥିବା ସମୟରେ ରାସ୍ତାକଡ ବୁଦିବୁଦିକିଆ ଜଙ୍ଗଲ ରେ ସାଗୁଆନ କାଠ ଗଣ୍ଡି ପଡିଥିବା ଦେଖିବାକୁ ପାଇଥିଲେ । ସେହି କାଠ କୁ ଜବତ କରି ରଣପୁର ବନ ବିଭାଗ କାର‌୍ୟ୍ୟାଳୟ କୁ ଆଣିଥିବା ଜଣାପଡିଛି । ବିଭାଗୀୟ ସୂଚନା ଅନୁଯାଇ ଗୋପାଳପୁର ବନପାଳ ବିଚିତ୍ରାନନ୍ଦ ବେହେରା ଓ ରଣପୁର ବନପାଳ କୈବଲ୍ୟ ବେହେରା ଯାଂଚ କାର‌୍ୟ୍ୟ ରେ ସାମିଲ୍ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.