Home Top News ମୁଖ୍ୟମନ୍ତ୍ରୀଙ୍କ ଆଚରଣ ପାଇଁ ଓଡ଼ିଶାବାସୀ ଲଜ୍ଜିତ : ମନୋଜ ମହାପାତ୍ର

ମୁଖ୍ୟମନ୍ତ୍ରୀଙ୍କ ଆଚରଣ ପାଇଁ ଓଡ଼ିଶାବାସୀ ଲଜ୍ଜିତ : ମନୋଜ ମହାପାତ୍ର

108

ଭୁବନେଶ୍ୱର ୯/୧୨ (ଓଡ଼ିଆ ପୁଅ) – ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବାଂଟିବାକୁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ବିଧାନସଭା ବାଟଦେଇ ହକି ଟ୍ରଫି ଦେବାପାଇଁ କଳିଙ୍ଗ ଷ୍ଟାଡିୟମ ଯାଉଛନ୍ତି। ରାଜ୍ୟର ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭା ନ ନଆସି କରୋନାର ଆଳ ଦେଖାଇ ନବୀନ ନିବାସରେ ଲୁଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଆଚରଣ ଗଣତନ୍ତ୍ର ଓ ବିଧାନସଭାକୁ ଅପମାନ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ପାଇଁ ଓଡ଼ିଶାର ସଚେତନ ବୁଦ୍ଧିଜୀବି ଓ ଜନତା ଲଜ୍ଜିତ ହେଉଥିବେ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋଜ କୁମାର ମହାପାତ୍ର କହିଛନ୍ତି।

ଆଜି କଂଗ୍ରେସ ଭବନରେ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଲେ ଯେ, ଦୀର୍ଘ ୨୧ ବର୍ଷ ଧରି ଯାହାକୁ ବ୍ୟାପକ ଜନ ସମର୍ଥନ ଦେଇ ଶାସନ ଭାର ଦେଇଥିଲେ। ସେ ଲୋକ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗର ଆଲୋଚନା ପାଇଁ ବିଧାନସଭା ଆସୁନାହିଁ। କ୍ୟାବିନେଟ ମନ୍ତ୍ରୀମାନେ ବିଭିନ୍ନ ଅପରାଧରେ ଜଡ଼ିତ। କୃଷକ, ଶ୍ରମିକ ଓ ଶିକ୍ଷିତ ବେକାରୀ ସମସ୍ୟାର ଓଡ଼ିଶା ଜର୍ଜରିତ। ମମିତା ମେହେର ହତ୍ୟା ପ୍ରସଙ୍ଗରେ ଅନ୍ୟାୟର ସୀମା ଚରମ ସୀମାରେ ଘଟଣାରେ କେବଳ ହତ୍ୟାକାରୀକୁ ଧରି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ର କାରୀ ସେକ୍ସ ସ୍କାଣ୍ଡାଲ ର‌୍ୟାକେଟରେ ରାଣୀ ମହୁମାଛିକୁ ଗିରଫ କରାଯାଇ ନାହିଁ। ପୋଲିସ୍ ତଥ୍ୟ ପ୍ରମାଣ ନଷ୍ଟ କରି ଅଭିଯୁକ୍ତର ସୁରକ୍ଷା ଦେଇ ନିଜେ ଅପରାଧି। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଓଡ଼ିଶାବାସୀ ମମିତା ପାଇଁ ନ୍ୟାୟ ମାଗୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଲୁଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଆଚରଣ ପାଇଁ ଓଡ଼ିଶାବାସୀ ଲଜ୍ଜିତ ଅନୁଭବ କରୁଥିବେ ଓ ଅନୁତପ୍ତ ମଧ୍ୟ ହେଉଥିବେ।

ଶାସକ ଦଳ ତରଫରୁ କୁହାଯାଉଛି ତଦନ୍ତ ଠିକ୍ ଭାବେ ଚାଲିଛି। ମମିତା ପ୍ରସଙ୍ଗରେ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ବିଧାନସଭାକୁ ଅଚଳ କରୁଛି। ଦରଦାମ ବୃଦ୍ଧି, କେନ୍ଦ୍ର ଅବହେଳା ଓ ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବା ଦାବିରେ ବିଧାନ ସଭାରେ ବାଘଗର୍ଜନ କରୁଥିବା ବେଳେ ଲୋକସଭା ଓ ରାଜ୍ୟସଭା ଏମାନେ ବିଲେଇ ଭଳି ବ୍ୟବହାର କରୁଛନ୍ତି।

ଅତୀତର ବହୁ ଚର୍ଚ୍ଚିତ ଶ୍ରମିକ ନେତା ଶ୍ୟାମାପଦ ରାଉତ ହତ୍ୟାକାଣ୍ଡରେ ପୋଲିସର ତଦନ୍ତର ଭୂମିକା, ତଥ୍ୟ ପ୍ରମାଣର ଅଭାବ ଯୋଗୁଁ ସେ ଘଟଣାରେ ଜଡ଼ିତ ଅଭିଯୁକ୍ତମାନେ ଯେଭଳି ଖସିଗଲେ। ଏହି ଘଟଣାରେ ମଧ୍ୟ ସେମିତି ଆଶଙ୍କାକୁ କେବେବି ଅସ୍ୱୀକାର କରି ହେବ ନାହିଁ। ମମିତା ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦକୁ ପଚରା ଉଚୁରା କରି ଅପରାଧର ସୁରାକ ପାଇଥିଲେ ଓ ପରବର୍ତ୍ତୀ ମୂର୍ହତରେ ସେ ଫେରାର ହୋଇଥିଲା। ଅଭିଯୁକ୍ତ ବାଟ କଢ଼େଇବାର ପକ୍ରିୟାକୁ ଜାଣି ସୁଣି ଅଣଦେଖା କରାଯାଇ ଗାତ ଖୋଳିକି କିଛି ଦେହାବଶେଷ ଉଦ୍ଧାର କରିଥିଲା। ଆଉ ସେ ଗାତ ଭିତରୁ ଉଧାର କରିଥିବା କାନଫୁଲ, ପାଉଁଜି ଓ ଭେନିଟ ବ୍ୟାଗର ଟିଆଇ ପ୍ୟାରେଡ କରାଯାଇ ନଥିବା ସତ୍ୟକି? ସେ ସବୁ ମ୍ୟାଟେରିଆଲ ଚିହ୍ନଟ କରାଯାଇ କେସର ଶୁଣାଣି ଦେଲେ କୋର୍ଟର ମଧ୍ୟ ଦାଖଲ ହେବାର ବିଧି ରହିଛି କି? ଯଦି ଏ ସବୁ ମ୍ୟାଟେରିଆଲ ପରିବାର ବର୍ଗଙ୍କୁ ଫେରେଇ ଦେଇଛି ତାହାହେଲେ କେଉଁ ଆଇନରେ ?

ମମିତାର ପିତା ନିର୍ଦ୍ଦିଷ୍ଟ ଭାବେ ମହାଲିଙ୍ଗ କଲେଜର ସେକ୍ସ ସ୍କାଣ୍ଡାଲ ଓ ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଏବଂ ଏ ଘଟଣାରେ ତାଙ୍କ ଝିଅ ପ୍ରତିବାଦ କରିଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ମଧ୍ୟ ପୋଲିସ୍ ସେକ୍ସ ସ୍କାଣ୍ଡାଲ ଉପରେ କାହିଁକି ତଦନ୍ତ କରୁ ନାହିଁ। ଏଣୁ ପୋଲିସର ତଦନ୍ତ ନିରପେକ୍ଷ ନୁହେଁ ତେଣୁ କଂଗ୍ରେସ ଦଳ ତରଫରୁ ହାଇକୋର୍ଟ ତତ୍ୱାବଧାନରେ ଏସଆଇଟି ତଦନ୍ତ କରାଯାଇ ହତ୍ୟାକାଣ୍ଡର ଅଭିଯୁକ୍ତ, ଷଡ଼ ଯନ୍ତ୍ରକରୀ, ମୁଖ୍ୟ ପୃଷ୍ଠପୋଷକ ଓ ସେକ୍ସ ସ୍କାଣ୍ଡାଲର ରାଣୀମହୁମାଛିଙ୍କୁ ଖୋଜି ବାହାର କରିବା ପାଇଁ ଦଳ ତରଫରୁ ଦୃଢ଼ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ ଓ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.