Home କୋରାପୁଟ ସେମିଲିଗୁଡାଠାରେ ବିଜେଡିର ପଂଚାୟତ ନିର୍ବାଚନ ବୈଠକ

ସେମିଲିଗୁଡାଠାରେ ବିଜେଡିର ପଂଚାୟତ ନିର୍ବାଚନ ବୈଠକ

70

କୋରାପୁଟ ୦୯-୧୨(ଓଡିଆ ପୁଅ/ରଂଜନ ଦାସ)ସେମିଲିଗୁଡାର ଜାନିଗୁଡାଠାରେ ବିଜୁ ଜନତା ଦଳର ପଂଚାୟତ ନିର୍ବାଚନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଜୋନ୧ ଓ ଜୋନ ୨ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥିମାନଙ୍କୁ ନେଇ ବୈଠକ କରାଯାଇଥିବା ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଲ ସୂଚନା ଦେଇଛନ୍ତି । ଜୋନ ୨ ପ୍ରାର୍ଥି କୁମନ ବାରିକଙ୍କ ସପକ୍ଷରେ ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ସଭାସ୍ଥଳକୁ ଆସିଥିବା ଦେଖାଯାଇଥିଲା ।ଜୋନ ୧ ନିମନ୍ତେ ୯ ଜଣ ଓ ଜୋନ ୨ ନିମନ୍ତେ ୬ ଜଣ  ଆବେଦନ କରିଥିବା ଜଣାପଡିଛି ।ସେମିଲିଗୁଡା ବ୍ଲକ ବିଜେଡି ସଭାପତି ରାମ ଅଂଟାବାରିଆ ଓ ପଂଚାୟତ ସଭାପତିମାନେ ଯୋଗଦେଇଥିଲେ ।କୋରାପୁଟ ଜିଲ୍ଲାରେ ବିଜୁ ଜନତା ଦଳ ପଂଚାୟତ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଗରେ ଥିବା ବେଳେ କଂଗ୍ରେସ ଓ ବିଜେପି ପଛରେ ରହିଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.