Home Top News ଏଫ୍‌.ସି.ଆଇ. ଓଡ଼ିଶାରୁ ବଳକା ଉଷୁନା ଚାଉଳ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପିସିସି କିଶାନ କଂଗ୍ରେସର...

ଏଫ୍‌.ସି.ଆଇ. ଓଡ଼ିଶାରୁ ବଳକା ଉଷୁନା ଚାଉଳ ଉଠାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପିସିସି କିଶାନ କଂଗ୍ରେସର ଦାବି

155

ଭୁବନେଶ୍ୱର, ୯ା୧୨ (ଓଡ଼ିଆ ପୁଅ) : ରାଜ୍ୟରେ ୨୦୨୧-୨୨ ଖରିଫ ବିପଣନ ବର୍ଷରେ ୫୨ଲକ୍ଷ ମେଟ୍ରିକ୍‌ଟନ୍‌ରୁ ଊର୍ଦ୍ଧ୍ୱ ଚାଉଳ ଉତ୍ପାଦନ ହେବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଅଛି। ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟର ନିଜସ୍ୱ ଆବଶ୍ୟକ ହେଉଛି ୨୪ଲକ୍ଷ ମେଟ୍ରିକ୍ ଟନ୍। ତେଣୁ ଆଉ ଯେଉଁ ୨୮ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ରହିବ, ସେଥିରୁ ୪ଲକ୍ଷ ମେଟ୍ରିକଟନ୍ ଚାଉଳ ଅରୁଆ। ଆଉ ଅତିରିକ୍ତ ୨୪ଲକ୍ଷ ମେଟ୍ରିକଟନ୍ ଉଷୁନା ଚାଉଳ ବଳକା ରହିଯିବ। ଯଦି ଏଫ୍‌.ସି.ଆଇ. ଏହି ୨୪ଲକ୍ଷ ମେଟ୍ରିକଟନ୍ ଉଷୁନା ଚାଉଳକୁ କ୍ରୟ ନ କରେ, ତେବେ ଏଥିରେ ଲକ୍ଷ ଲକ୍ଷ ଚାଷୀ ପରିବାର ଘୋର ପ୍ରଭାବିତ ହେବେ ଏବଂ କ୍ଷତିରୁ କ୍ଷତି ସହିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ବେଳକୁ ଚାଷୀର ଆୟ ଦୁଇଗୁଣା ବୃଦ୍ଧି ହେବ ବୋଲି ବାରମ୍ବାର ସ୍ଲୋଗାନ ଦେଉଥିବା ବେଳେ ଓଡ଼ିଶା ଚାଷୀଙ୍କର ଚାଉଳକୁ ଯଦି କେନ୍ଦ୍ର ସରକାରଙ୍କ ଭାରତୀୟ ଖାଦ୍ୟ ନିଗମ ନ କିଣେ, ତେବେ ଓଡ଼ିଶାର ଚାଷୀ ଏହି ଚାଉଳକୁ କରିବେ କ’ଣ ? ଏଥିରେ ଚାଷୀ ଲାଭବାନ ହେବେ କିପରି ? ତେଣୁ ଓଡ଼ିଶା ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏଫ୍‌.ସି.ଆଇ. ଅବିଳମ୍ବେ ୨୪ଲକ୍ଷ ମେଟ୍ରିକ୍‌ଟନ୍ ବଳକା ଚାଉଳକୁ ସଂଗ୍ରହ କରିବାକୁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି କରିବା ସହ ଏହି ମର୍ମରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପଠାଇଥିବା ପ୍ରକାଶ। ଏଥିସହ ଉଭୟ ବିଜେପି ଓ ବିଜେଡ଼ି ସରକାର ଅରୁଆ ଓ ଉଷୁନା ଚାଉଳ ରାଜନୀତିରୁ ନିବୃତ୍ତ ରହି ଦୀର୍ଘ ୨ବର୍ଷ ହେଲା ମହାମାରୀ କରୋନା ଯନ୍ତ୍ରଣା ଓ ବିଭିନ୍ନ ପ୍ରାକୃତିକ ବିପର‌୍ୟ୍ୟୟ ଦ୍ୱାରା ଅତିଶୟ ଦୁଃସ୍ଥିତିରେ ଥିବା ଚାଷୀଙ୍କ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦିଅନ୍ତୁ ଏବଂ ଚାଷୀର ସମସ୍ତ ବଳକା ଧାନକୁ ଧାର‌୍ୟ୍ୟ ଏମ୍‌.ଏସ୍‌.ପି.ରେ କ୍ରୟ କରିବା ପାଇଁ ଯତ୍ନଶୀଳ ହେବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଉଭୟ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.