Home ଜିଲ୍ଲା ପରିକ୍ରମା ମୁକୁନ୍ଦପୁରରେ ଅମୃତକଳସ ଯାତ୍ରା

ମୁକୁନ୍ଦପୁରରେ ଅମୃତକଳସ ଯାତ୍ରା

13

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅଧୀନରେ ‘ମାଟି କୋ ନମନ, ବୀରୋ କା ବନ୍ଦନ’ ଭଳି ଦେଶପ୍ରେମର କାର୍ଯ୍ୟକୁ ସାମିଲ କରାଯାଇ ଅମୃତ କଳସ ଯାତ୍ରା ଅନୁଷ୍ଠିତ କରାଯାଉଛି । ଏହି ଅବସରରେ ତିହିଡ଼ି ବ୍ଲକ ଅଧୀନ ମୁକୁନ୍ଦପୁ ଗ୍ରାମରେ ବିଜେପ ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ଉମାକାନ୍ତ ଦାସଙ୍କ ନେତୃତ୍ୱରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମଦେବତୀ ମା’ ଥାନେଶ୍ୱରୀ ମନ୍ଦିର ପୀଠରୁ ପବିତ୍ର ମାଟି ସଂଗ୍ରହ କରି ଗାଁର ଜନସାଧାରଣ ଓ ମହିଳାମାନେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ । ଏହି ପବିତ୍ର ମାଟି ଦିଲ୍ଲୀରେ ହେବାକୁ ଥିବା ଅମୃତବାଟିକାରେ ସ୍ଥାନ ପାଇବ । ଜନସାଧାରଣ ଏକ ପଦଯାତ୍ରା କରି ଗାଁରୁ ଅଷ୍ଟମପ୍ରହରୀ ମଣ୍ଡପ, ମନ୍ଦିର ପୀଠ ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟ ଓ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ସ୍ୱର୍ଗତ ଭାଗବତ ସାହୁଙ୍କ ସମାଧିସ୍ଥଳରୁ ମାଟି ସଂଗ୍ରହ କରିଥିଲେ । ଶେଷରେ ସିକିମ୍‌ରେ ବର୍ଷ ବିତ୍ପାତ ଯୋଗୁ ନଦୀରେ ଭାସି ଯାଇଥିବା ଓଡ଼ିଆ ଜବାନ ସରୋଜ ଦାସଙ୍କ ସମେତ ୨୩ ଜଣ ଭାରତୀୟ ସେନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେଶବ ଚନ୍ଦ୍ର କୁଣ୍ଡ, କୈଳାସ ବେହେରା, ଅଜିତ୍ ସାହୁ, ସୁରେନ୍ଦ୍ର କୁଣ୍ଡ, ରବିନାରାୟଣ ସାହୁ, ବ୍ରହ୍ମାନନ୍ଦ ମହାଳିକ, ସଂଜୟ ମହାଳିକ, ଗଣେଶ କୁଣ୍ଡ, ତାରକେଶ୍ୱର ରାଉତ, ମଧୁସ୍ମିତା ରାଉତ, ଜ୍ୟୋତିର୍ମୟ ନାୟକ, ଅହଲ୍ୟା ବେହେରା, ଦିଲୀପ ମହାଳିକ, ଗୋବିନ୍ଦ ମହାଳିକ ପ୍ରମୁଖଙ୍କ ସମେତ ବହୁ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.