Home ଜିଲ୍ଲା ପରିକ୍ରମା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ, ତୁରନ୍ତ ଅଧ୍ୟାପକ ନିଯୁକ୍ତି...

ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ, ତୁରନ୍ତ ଅଧ୍ୟାପକ ନିଯୁକ୍ତି କରିବାକୁ ସାଧାରଣରେ ଦାବି

15

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଅଭାବ ରହିଛି । ଯେଉଁଥିପାଇଁ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି । ତେବେ ତୁରନ୍ତ ବିଭିନ୍ନ ବିଭାଗରେ ଖାଲିଥିବା ଅଧ୍ୟାପକ ସ୍ଥାନ ପୂରଣ କରିବାକୁ ଅଭିଭାବକ ତଥା ଜନସାଧାରଣରେ ଦାବି କରାଯାଇଛି । ତିହିଡ଼ି ବ୍ଲକରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାପାଇଁ ତତ୍କାଳୀନ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀମାନଙ୍କ ପ୍ରଚେଷ୍ଟାରେ ତିହିଡ଼ି କଲେଜ ୧୯୮୬ ମସିହାରେ ସ୍ଥାପନ କରାଯାଇଛି । ଏହି କଲେଜରେ ତିହିଡ଼ି ବ୍ଲକ ସମେତ ଜିଲ୍ଲା ତଥା ବାହାର ଜିଲ୍ଲାର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରି ଆସୁଛନ୍ତି । ବିଶେଷ ଭାବେ ଏହି କଲେଜ ଗ୍ରାମାଞ୍ଚଳର ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଛି । ମୁଖ୍ୟତଃ ଗ୍ରାମାଞ୍ଚଳର ବହୁ ବାଳିକା ପୂର୍ବରୁ ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହେଉଥିଲେ । ଏହି କଲେଜ ସ୍ଥାପନ ହେବା ପରେ ବିଶେଷ କରି ସ୍ଥାନୀୟ ଅଞ୍ଚଳର ବାଳିକାମାନେ ଉଚ୍ଚ ଶିକ୍ଷା ଲାଭ କରିପାରୁଛନ୍ତି । ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ତିହିଡ଼ି କଲେଜ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମିତ ହୋଇଛି । କଲେଜରେ ସମସ୍ତ ବିଭାଗରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଅଧ୍ୟାପକମାନଙ୍କର ଅଭାବ ପାଇଁ ପିଲାମାନେ ଉପଯୁକ୍ତ ଶିକ୍ଷାଗ୍ରହଣରୁ ବଂଚିତ ହେଉଛନ୍ତି । ବର୍ତ୍ତମାନ ଏହି କଲେଜରେ ପ୍ରଥମ ଓ ଦ୍ୱିତୀୟ କଳା ବିଭାଗରେ ୫୧୨, ବିଜ୍ଞାନ ବିଭାଗରେ ୨୫୬, ବାଣିଜ୍ୟ ବିଭାଗରେ ୨୫୬ ଓ ଧନ୍ଦାମୂଳକ ବିଭାଗରେ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର କଲେଜର ରାଜନୀତି ବିଜ୍ଞାନ ବିଭାଗରେ ଜଣେ, ଇତିହାସ ବିଭାଗରେ ଜଣେ, ଅର୍ଥନୀତି ବିଭାଗରେ ୨ଜଣ, ଜୁଲୋଜିରେ ଜଣେ, ଓଡ଼ିଆରେ ଜଣେ ଅଧ୍ୟାପକଙ୍କ ସ୍ଥାନ ଖାଲି ପଡ଼ିଛି । ସେହିପରି ଲାଇବ୍ରେରୀ ସହକାରୀ, ଲାଇବ୍ରେରୀ ଅଟେଣ୍ଡାଣ୍ଟ, ମୁଖ୍ୟ କିରାଣୀ ଓ ସହକାରୀ କିରାଣୀ ସହିତ ଜଣେ ପିଅନ ସ୍ଥାନ ମଧ୍ୟ ଖାଲି ପଡ଼ିଛି । ଯାହାଫଳରେ କଲେଜର ଶିକ୍ଷାଦାନ ସହିତ ଅନ୍ୟାନ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.