Home ଜିଲ୍ଲା ପରିକ୍ରମା ଡ଼ାକବିଭାଗର ବିଭିନ୍ନ ଯୋଜନା ନେଇ ଆଲୋଚନା

ଡ଼ାକବିଭାଗର ବିଭିନ୍ନ ଯୋଜନା ନେଇ ଆଲୋଚନା

18

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚରମ୍ପା ଉପ-ଡାକଘର ପରିସରରେ ବରିଷ୍ଠ ନାଗରିକ,ଡାକଘର ଏଜେଣ୍ଟ ଓ ଡାକ କର୍ମଚାରୀ ମାନଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ସେଣ୍ଟ୍ରାଲ ସବ୍ ଡିଭିଜନର ସହାୟକ ଡାକ ଅଧୀକ୍ଷକ ପରମାନନ୍ଦ କଣ୍ଠ ଅଧ୍ୟକ୍ଷତା କରି କହିଲେ,ଡାକ ବିଭାଗର ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିବା ସଙ୍ଗେ ସଙ୍ଗେ ଏହାର ସୁଦୂର ପ୍ରସାରି ଲାଭ ତଥା ଅଧିକ ସୁଧ ହାର ବିଷୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ କହିବା ସହ ଅଧିକରୁ ଅଧିକ ଏମ୍‌ଏସ୍‌ଏସ୍ ଆକାଉଣ୍ଟ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଆକାଉଣ୍ଟ ଟି କେବଳ ମହିଳା ମାନଙ୍କ ନାମରେ ଦୁଇ ବର୍ଷ ପାଇଁ ଖୋଲା ଯାଇ ପାରିବ ଏବଂ ଏଥିରେ ୭.୫ ଶତକଡ଼ା ତ୍ରୈଇମାସିକ ଚକ୍ରବୃଦ୍ଧି ହାରରେ ସୁଧ ମିଳିବ ।

ସର୍ବନିମ୍ନ ୧ହଜାର ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ ଉପଭୋକ୍ତା । ଏହି ଖାତା ପୂର୍ନଃବାର ବନ୍ଦ କରାଯାଇ ଦରକାର ପଡିଲେ ଆଂଶିକ ଉଠାଣ କରାଯାଇ ପାରିବ । ଉପଭୋକ୍ତା ୨ଲକ୍ଷ ଟଙ୍କା ଜମା କଲେ ଦୁଇ ବର୍ଷରେ ୨ଲକ୍ଷ ୩୨ହଜାର ୪୪ଟଙ୍କା ମିଳିବ । ଶ୍ରୀ କଣ୍ଠ ଏହା ମଧ୍ୟ କହିଲେ ଯେ ଦୁଇ ବର୍ଷରେ ଏତେ ସୁଧ ଭାରତରେ କୌଣସି ଯୋଜନାରେ ନାହିଁ । ଏଥି ସହିତ ଡାକ ଘରର ଅନ୍ୟାନ୍ୟ ଯୋଜନା ଯେପରିକି ସୁକନ୍ୟା ସମୃଦ୍ଧି ଜମାଖାତା,ଡାକ ଜୀବନ ବୀମା,ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ତଥା ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ଚରମ୍ପା ଡାକଘରର ଉପ-ଡାକପାଳ ବିଜୟ କେତନ ସାହୁ ଉପସ୍ଥିତ ରହି ପରିବାରର ପ୍ରତ୍ୟେକ ମା’ ,ଭଉଣୀ,ଝିଅ ମାନଙ୍କ ନାମରେ ଏହି ଆକାଉଣ୍ଟଟି ସମସ୍ତେ ଖୋଲନ୍ତୁ ଓ ଲାଭାନ୍ୱିତ ହୁଅନ୍ତୁ । ଏଥିରେ ବରିଷ୍ଠ ନାଗରିକ ସଂଘ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର,ଦୟାନିଧି ପୁହାଣ,ବିଜୟ କୁମାର ସେନାପତି ଏବଂ ଅନ୍ୟ ବରିଷ୍ଠ ନାଗରିକ,ତଥା ସ୍ଥାନୀୟ ବାସିନ୍ଦା ମାନେ ଯୋଗ ଦେଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.