Home ଜିଲ୍ଲା ପରିକ୍ରମା ମୁଁ ବି “ମିତା ଅଭିଯାନ” ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ

ମୁଁ ବି “ମିତା ଅଭିଯାନ” ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ

37

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଜରିଆରେ ସ୍ଥାନୀୟ ସଂସ୍କୃତି ଭବନରେ “ମୁଁ ବି ମିତା ଅଭିଯାନ”ର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ “ମୁଁ ବି ମିତା ଅଭିଯାନ”ର ଅଭିମୁଖ୍ୟ ଏବଂ ନୂଆ ଭୋଟର ମାନଙ୍କୁ ପଞ୍ଜିକୃତ କରାଇବା ଦିଗରେ ‘ମିତା’ ହିସାବରେ ଭୂମିକା ନିର୍ବାହ ପାଇଁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉପସ୍ଥିତ ଥିବା କଲେଜ ଛାତ୍ରୀମାନଙ୍କ ଦାୟିତ୍ୱ ଓ ପଞ୍ଜିକରଣ ପ୍ରକ୍ରିୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଡେପୁଟୀ କଲେକ୍ଟର, ନିର୍ବାଚନ ସାଗରିକା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ଭଦ୍ରକ ବି.ଡ଼ି.ଓ ସିତାକାନ୍ତ ରାଉତ, ତହସିଲଦାର ସଂଗ୍ରାମ କେଶରୀ ପ୍ରିୟଦର୍ଶୀ ଖୁଣ୍ଟିଆ, ଭଦ୍ରକ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହା ପ୍ରମୁଖ ଯୋଗଦେଇ ଭୋଟର ସଚେତନତା, ନୂତନ ଭୋଟର ପଞ୍ଜିକରଣ ପାଇଁ ଆପ୍ ର ବ୍ୟବହାର, ଗଣତନ୍ତ୍ର ପାଇଁ ସଚେତନ ଭୋଟର ର ଆବଶ୍ୟକତା, ନୂତନ ଭୋଟର ପଞ୍ଜିକରଣରେ ମିତା ମାନଙ୍କର ଭୂମିକା ବିଷୟରେ ପୁଙ୍ଖନାପୁଙ୍ଖ ଆଲୋଚନା କରାଯାଇଥିଲା ।

ସୂଚନା ଯୋଗ୍ୟକି ନୂତନ ଭୋଟର ତାଲିକା ଭୁକ୍ତ ହେବା ପାଇଁ ପୂର୍ବରୁ ଜାନୁୟାରୀ ୧ ତାରିଖ କେବଳ ଯୋଗ୍ୟ ତାରିଖ ଥିଲାବେଳେ ଏବେ ବର୍ଷରେ ୪ଥର ଏହି ସୁଯୋଗ ପ୍ରଦାନ କରାଯାଉଛି । ଜାନୁୟାରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସର ପହିଲା ତାରିଖକୁ ୧୮ ବର୍ଷ ହେଉଥିଲେ ନାମ ପଞ୍ଜିକୃତ କରି ଜଣେ ନୂଆ ଭୋଟର ତାଲିକା ଭୁକ୍ତ ହୋଇପାରିବ । ଜାନୁୟାରୀ ୨୫ରେ ପ୍ରତିବର୍ଷ ପାଳିତ ହେଉଥିବା ମତଦାତା ଦିବସରେ ନୂଆ ଭୋଟର ପରିଚୟପତ୍ର ପ୍ରଦାନ କରାଯିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ନିର୍ବାଚନୀ କାର୍ଯ୍ୟରେ ନୂତନ ଭୋଟର ସଂକ୍ଷିପ୍ତ ସଂଶୋଧନ ଆଦି କାର୍ଯ୍ୟପାଇଁ ସଚେତନତା ସୃଷ୍ଟି ଓ ପ୍ରକ୍ରିୟା କରଣରେ ମହିଳା ସ୍ୱେଚ୍ଛାସେବକା ଭାବେ କାର୍ଯ୍ୟ କରିବା ପାଇଁ ମୁଁ ବି ମିତା ଅଭିଯାନରେ ସାମିଲ ହେବା ପାଇଁ ଭଦ୍ରକ କଲେଜ, ମହିଳା ମହାବିଦ୍ୟାଳୟ, ସାଳନ୍ଦୀ କଲେଜ, ଚରମ୍ପା କଲେଜ, ଅର୍ଣ୍ଣପାଳ କଲେଜ, ସଂସ୍କୃତ ଡିଗ୍ରୀ କଲେଜ ଏବଂ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ, ପୁରୁଣାବଜାର ର ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କୁ ଟୋପି ପ୍ରଦାନ କରାଯାଇଥିଲା । ବିଭାଗୀୟ କର୍ମଚାରୀ ନବୀନ ସେନାପକି, କୃଷ୍ଣଚନ୍ଦ୍ର ରାଉତ, ସେକ୍ ଅବୁ ଫୈଜ, ସଞ୍ଜୟ କୁମାର ବାରିକ୍ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.