Home ଜିଲ୍ଲା ପରିକ୍ରମା ପୁରୁଣା ବଜାର ରାସ୍ତାର ଉନ୍ନତି କାର୍ଯ୍ୟ ଚାଲିଛି, ଉପକୃତ ହେବେ ସ୍ଥାନୀୟ ବାସିନ୍ଦା, ମା’ ଭଦ୍ରକାଳୀ...

ପୁରୁଣା ବଜାର ରାସ୍ତାର ଉନ୍ନତି କାର୍ଯ୍ୟ ଚାଲିଛି, ଉପକୃତ ହେବେ ସ୍ଥାନୀୟ ବାସିନ୍ଦା, ମା’ ଭଦ୍ରକାଳୀ ମନ୍ଦିରକୁ ରାସ୍ତା ହେବ ସୁଗମ

57

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ୱାର୍କସ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପୁରୁଣା ବଜାରରୁ ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ମା ଭଦ୍ରକାଳୀ ମନ୍ଦିର ପର୍ଯ୍ୟନ୍ତ ୮ କି.ମି. ରାସ୍ତା ଆର.ଡ଼ି. ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ରାସ୍ତାକୁ ଓ.ଡ଼ି.ଆର୍ (ଅଦର ଡିଷ୍ଟ୍ରିକ୍ଟ ରୋଡ଼୍‌) ହିସାବରେ ମଧ୍ୟ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରାପ୍ତ ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ଭଦ୍ରକ ଦ୍ୱାରା ମୋଚି ଛକରୁ ଉତ୍ତର ବାହିନୀ ପର୍ଯ୍ୟନ୍ତ ରାସ୍ତା କାମ ଚାଲୁଅଛି । ପୂର୍ବ ରାସ୍ତାର ପ୍ରଶସ୍ତି କରଣ ସହିତ କଂକ୍ରିଟ କରାଯାଇ ରାସ୍ତାର ସୁଦୃଢ଼ିକରଣ ଓ ସମତଳ କରାଯାଉଛି । ଏହି ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ବାସିନ୍ଦା ଯଥେଷ୍ଟ ଉପକୃତ ହେବା ସହିତ ମା ଭଦ୍ରକାଳୀ ମନ୍ଦିରକୁ ଯାତାୟତ ପାଇଁ ରାସ୍ତା ଗମନାଗମନ ଉପଯୋଗୀ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.