Home ଜିଲ୍ଲା ପରିକ୍ରମା ମିସ୍ ଫ୍ୟାସ୍‌ନିଷ୍ଟା ୨୦୨୧ ବିଜୟୀ କ୍ରାଉନ୍ ପିନ୍ଧିଲେ ଭଦ୍ରକର କ୍ରିଷ୍ଣା ସାହୁ, ପୁଣି ଓଡ଼ିଶା ପାଇଁ...

ମିସ୍ ଫ୍ୟାସ୍‌ନିଷ୍ଟା ୨୦୨୧ ବିଜୟୀ କ୍ରାଉନ୍ ପିନ୍ଧିଲେ ଭଦ୍ରକର କ୍ରିଷ୍ଣା ସାହୁ, ପୁଣି ଓଡ଼ିଶା ପାଇଁ ଆଣିଲେ ଗୌରବ

49

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ରଜ କୁଇନ୍ ହୋଇ ଚର୍ଚ୍ଚାରେ ଥିବା କ୍ରିଷ୍ଣା ସାହୁ ସୁଦୂର ମହାରାଷ୍ଟ୍ର ପୁଣେରେ ଆୟୋଜିତ ମିସ୍ ଫ୍ୟାସ୍‌ନିଷ୍ଟା ୨୦୨୧ ରେ ଅଂଶଗ୍ରହଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟୀ କ୍ରାଉନ୍ ପିନ୍ଧି ଓଡ଼ିଶା ପାଇଁ ସେ ଗୌରବ ଆଣିଛନ୍ତି । କ୍ରିଷ୍ଣା ସାହୁ ଓଡ଼ିଶାର ପାଣି ପବନରେ ବଢି ମହାରାଷ୍ଟ୍ର ପୁଣେର ସିଲଫିନା ମିଡିଆ ଦ୍ୱାରା ହୋଟେଲ ବ୍ଲୁ ୱାଟରରେ ଆୟୋଜିତ ମିସ୍ ଫ୍ୟାସ୍‌ନିଷ୍ଟା ୨୦୨୧ ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ବଛା ବଛା ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ଏଥିରେ ଓଡ଼ିଶାର କ୍ରିଷ୍ଣା ସାହୁ ଗ୍ରାଣ୍ଡ ଫିନାଲେ ରେ ମିସ୍ କାଟାଗୋରୀ ୱିନର ହୋଇଛନ୍ତି । ସିଲଫିନା ମିଡିଆ ପରିଚାଳନା ନିର୍ଦ୍ଦେଶିକା ତଥା ସ୍ୱନିର୍ଦ୍ଦେଶିକା ନିରୁପମା ମହାନ୍ତି ଓ ତାଙ୍କ ଟିମ୍ ଏହି ସୋ ଆୟୋଜିତ କରିଥିଲେ । ଏଠାରେ ଏକ ବହୁତ ସନ୍ତୁଳିତ ପ୍ଲାଟଫର୍ମ ସୃଷ୍ଟି କରାଯାଇଥିଲା । ଯେଉଁଠାରେ ବୟସର ପ୍ରତିବନ୍ଧକ ନଥିଲା । ଏଥିରେ ଟ୍ୟାଲେଣ୍ଟ ଏବଂ ସୁନ୍ଦରତାକୁ ଅଗ୍ରାଧିକାର ଦିଆଯାଇଥିଲା ।

ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ପତ୍ରିଯୋଗୀ ଅନେକ ଉତ୍ସାହର ସହ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ବର୍ଗର ସମସ୍ତ ବିଜେତା ଅତ୍ୟନ୍ତ ଯୋଗ୍ୟ ଥିବାବେଳେ ପ୍ରତିଭା ମୂଲ୍ୟାୟନ କରିବାକୁ ଜଜ୍‌ମାନେ ଦ୍ୱନ୍ଦ୍ୱରେ ପଡିଥିଲେ । କ୍ରିଷ୍ଣା ସାହୁ ହେଉଛନ୍ତି ଭଦ୍ରକର ଅବସରପ୍ରାପ୍ତ ଆର୍ମି ସୁବେଦାର ମେଜର ଗଂଗାଧର ସାହୁ ଏବଂ ଅମିତା ସାହୁଙ୍କ ଝିଅ । ଚାନ୍ଦବାଲିର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ହରିହର ସାହୁଙ୍କ ନାତୁଣୀ । ଛୋଟବେଳୁ ଚାନ୍ଦବାଲିରେ ନିଜର ଅଜା ଏବଂ ଆଇଙ୍କ ନିକଟରେ ସେ ବଢିଥିବାବେଳେ ସ୍କୁଲ ସମୟରୁ ସେ ପାଠପଢା ସହ ନାଚ, ଗୀତ, ମଡେଲିଂ ଏବଂ ଆଙ୍କରିଂ କରି ବହୁ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ସେ ଜଣେ ସଫ୍ଟଓୟାର ଇଂଜିନିୟର । ଚଳିତ କରୋନା ଲକଡାଉନ୍‌ରେ ୱାର୍କ ଫର୍ମ ହୋମ୍‌ରେ ଦୁଇଗୋଟି ସୁଯୋଗ ଆଣି ଦେଇଥିଲେ ନିଜର ପ୍ରତିଭାର ପରିଚୟ ସୃଷ୍ଟି ପାଇଁ । ଓଡ଼ିଶାରେ ସାର୍ଥକ ରଜ କୁଇନ୍ ବିଜୟୀ ହେବା ପରେ ଏବେ ମହାରାଷ୍ଟ୍ର ପୁଣେରେ ମିସ୍ ଫ୍ୟାସନିଷ୍ଟା ୨୦୨୧ ରେ ଅଂଶଗ୍ରହଣ କରି ତାଙ୍କର ଦକ୍ଷତା ପ୍ରତିପାଦନ ପୂର୍ବକ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ବିଜୟୀ କ୍ରାଉନ୍ ପିନ୍ଧିପାରିଛନ୍ତି ସେ । ଯାହାଙ୍କୁ ସବୁ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ତାଙ୍କ ଅଜା ଓ ଆଇଙ୍କ ଆଶୀର୍ବାଦ ଏବଂ ଜାଆଁଳା ଭଉଣୀ କାଜଲରାଣୀ ସାହୁଙ୍କ ସହଯୋଗ ପାଇଁ ସେ ବିଜୟୀ କ୍ରାଉନ୍ ପିନ୍ଧିପାରିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.