Home ଜିଲ୍ଲା ପରିକ୍ରମା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥପାଠ କାର୍ଯ୍ୟକ୍ରମ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥପାଠ କାର୍ଯ୍ୟକ୍ରମ

17

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ୨୬ ଅକ୍ଟୋବର ୨୦୨୧ ରୁ ୧ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଦୁର୍ନୀତି ନିବାରଣ ସମ୍ପର୍କିତ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସରକାରୀ ନିର୍ଦ୍ଦେଶମତେ ପୂର୍ବାହ୍ନ ଘ.୧୧ ଟିକା ସମୟରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଉଦ୍ଦିଷ୍ଟ ଶପଥ ପାଠ ପତ୍ର ପଠନ ପୂର୍ବକ ଉପସ୍ଥିତ ସମସ୍ତ ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ମାନଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜୀବନରେ ସବୁ କ୍ଷେତ୍ରରେ ସାଧୁତା ଏବଂ ଆଇନ୍‌କୁ ଅନୁସରଣ କରିବି । ଲାଞ୍ଚ ନେବି ନାହିଁ କି ଦେବି ନାହିଁ । ସମସ୍ତ କାର୍ଯ୍ୟ ସାଧୁତା ଏବଂ ସ୍ୱଚ୍ଛତାର ସହ ସମ୍ପାଦନ କରିବି ।

ଜନ ହିତରେ କାର୍ଯ୍ୟକରିବି । ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବି । ଯେକୌଣସି ଦୁର୍ନିତି ସମ୍ପର୍କରେ ଉପଯୁକ୍ତ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇବି । ଏହିସବୁ ବାକ୍ୟକୁ ନେଇ ସାମୁହିକ ଶପଥ ପାଠ କରାଯାଇଥିଲା । ଦୁର୍ନୀତି ନିବାରଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସମ୍ୟକ୍ ଆଲୋଚନା ମଧ୍ୟ କରାଯାଇଥିଲା । ଦୁର୍ନୀତି କିପରି ଏକ ସାମାଜିକ କଳଙ୍କ, ଆମ ସମାଜ ଓ ଦେଶର ପ୍ରଗତି ଓ ବିକାଶରେ ଦୁର୍ନୀତି କିପରି ଅନ୍ତରାୟ ସୃଷ୍ଟିକରେ, ଦୁର୍ନୀତି ମୁକ୍ତ ସମାଜ ଗଠନ ଦିଗରେ ଆମ ସମସ୍ତଙ୍କର କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦୁର୍ନୀତି ପରୋକ୍ଷଭାବେ ଆମ ନିଜ ପରିବାରର, ସମାଜର ଓ ଦେଶର କିପରି କ୍ଷତି ସାଧନ କରେ ଏସବୁ ବିଷୟରେ ଆମେ ସଚେତନ ରହିବା ସହିତ ଆତ୍ମସମୀକ୍ଷା କରିବା ଉଚିତ୍ ବୋଲି ଆଲୋଚନାରେ ଆଲୋକପାତ କରାଯାଇଥିଲା । ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି, ଡ଼େପୁଟୀ କଲ୍ଲେକ୍ଟର ବସନ୍ତ କୁମାର ଲେଙ୍କା, କସ୍ତୁରୀବାଳା ଜେନା, ଅନୁପମା ଘୋଷ, ଏନ୍‌.ଆଇ.ସି. ଅଧିକାରୀ ବିଜୟ କୁମାର ମିଶ୍ର ପ୍ରମୁଖଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଉପବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.