Home ଜିଲ୍ଲା ପରିକ୍ରମା ପୁଲିସ୍‌କୁ ଚକ୍‌ମା ଦେଉଛନ୍ତି ଗୋମାଫିଆ, ସମ୍ବଲପୁରରୁ କେନ୍ଦୁଝର ଭାୟା ରାଇରଙ୍ଗପୁର ବମ୍ବେ ଛକ ଦେଇ ପଶ୍ଚିମବଙ୍ଗ...

ପୁଲିସ୍‌କୁ ଚକ୍‌ମା ଦେଉଛନ୍ତି ଗୋମାଫିଆ, ସମ୍ବଲପୁରରୁ କେନ୍ଦୁଝର ଭାୟା ରାଇରଙ୍ଗପୁର ବମ୍ବେ ଛକ ଦେଇ ପଶ୍ଚିମବଙ୍ଗ ହେଉଛି ଗୋ-ଚାଲାଣ

43

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜିଲା ପାଣିକୋଇଲି ଦେଇ ଭଦ୍ରକ ଓ ବାଲେଶ୍ୱର ଜିଲାର ୧୬ନଂ ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡିଗୁଡିକ କ୍ଷେତ୍ରରେ ଏବେ ପୁଲିସ୍‌ର ବାରାକେଟ୍ ରୋକ୍ ଲଗାଇଥିବାବେଳେ ଗୋ ମାଫିଆମାନେ ଚକ୍‌ମା ଦେଇ ଅଭିନବ ଭାବେ ସମ୍ବଲପୁରରୁ ଭାୟା କେନ୍ଦୁଝର ଦେଇ ରାଇରଙ୍ଗପୁର ବମ୍ବେ ଛକବାଟେ ପଶ୍ଚିମବଙ୍ଗକୁ ପ୍ରତିଦିନ ଶତାଧିକ ଗୋରୁ ଚାଲାଣ କରୁଥିବା ବିଷୟ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏ ସଂପର୍କରେ ମିଳିଥିବା ତଥ୍ୟ ମୂଳେ ଗୋରୁ ମାଫିଆମାନେ ଯାଜପୁର ଓ ଅବିଭକ୍ତ ବାଲେଶ୍ୱର ଜିଲାର ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ, ସିମୁଳିଆ, ବସ୍ତା ଓ ରୁପ୍‌ସା ଭଳି ସ୍ଥାନରେ ବାରାକେଟ୍ ଲଗାଯିବାରୁ ଚୋରା ଗୋ ଚାଲାଣ ଥମିଯାଇଛି । ଫଳରେ ଗୋ ମାଫିଆମାନେ ଅଭିନବ ଭାବେ ଅନ୍ୟ ଏକ ମାର୍ଗକୁ ଆପଣାଇଛନ୍ତି । ସେମାନେ ସମ୍ବଲପୁରରୁ ପ୍ରତିଦିନ ୧୪ ଚକିଆ କଣ୍ଟେନରରେ ଶହ ଶହ ଗୋରୁକୁ ବସ୍ତା ପାଲରେ ବାନ୍ଧି କେନ୍ଦୁଝର ଜିଲ୍ଲା ରାଇରଙ୍ଗପୁର ବମ୍ବେ ଛକ ଦେଇ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି । ଏଣୁ ଏହାକୁ ରୋକାଯିବା ପାଇଁ ଅବିଭକ୍ତ ବାଲେଶ୍ୱର ଜିଲା ଭଳି ଉକ୍ତ ସ୍ଥାନମାନଙ୍କରେ ବାରାକେଟ୍ ଲଗାଇବାକୁ ପୁଲିସ୍ ଡିଜି ଓ ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲଙ୍କ ନିକଟରେ ଗଣମାଧ୍ୟମ ଜରିଆରେ ଆଜି ଭଦ୍ରକ ଠାରେ କେତେକ ଗୋ ସୁରକ୍ଷା କର୍ମୀ ଓ ବୁଦ୍ଧିଜୀବୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.