Home ଜିଲ୍ଲା ପରିକ୍ରମା ମିଶନ ଜୀବିକା ଯୋଜନାରେ ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ସ୍ୱାବଲମ୍ବି କରିବା ପାଇଁ ଏକାଧିକ କାର୍ଯ୍ୟକରୁଥିବା ହଲାର...

ମିଶନ ଜୀବିକା ଯୋଜନାରେ ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ସ୍ୱାବଲମ୍ବି କରିବା ପାଇଁ ଏକାଧିକ କାର୍ଯ୍ୟକରୁଥିବା ହଲାର ମେସିନ ପ୍ରଦାନ

61

ମାଲକାନଗିରି,୨୩ା୪ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ମିଶିନ ଜୀବିକା ଓ ଲଘୁଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଯୋଜନାରେ ଆଇଟିଡିଏ ସଂସ୍ଥା ପକ୍ଷରୁ ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ମାଗଣାରେ ଲକ୍ଷାଧିକ ଟଙ୍କାର ଏକାଧିକ କାର୍ଯ୍ୟକରୁଥିବା ହଲାର ମେସିନ ପ୍ରଦାନ କରାଯାଇଛି । କୋଭିଡ ନିୟମ ପାଳନ କରାଯାଇ ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପରିସରରେ ଆୟୋଜିତ ହଲାର ବଟଂନ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଇଟିଡିଓ ପିଏ ଶ୍ରୀ କ୍ଷାରାଦ୍ଧୀ ବେହେରା ଯୋଗଦେଇ ମାଲକାନଗିରି ବ୍ଲକର ୧୧ଟି ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ବହୁମୁଖି ହଲାର କଳ ବଟଂନ କରିଛନ୍ତି । ଏହି ହଲାର ଡିଜେଲ ଓ ବିଦ୍ୟୁତ ଚାଳିତ ହୋଇଥିବା ବେଳେ ଏଥିରେ ଧାନ,ଗହମ,ମାଣ୍ଡିଆ ସହିତ ଅଳଶୀ, ଟୋଲ ପେଡି ହେବାର ବ୍ୟବସ୍ଥା ରହିଛି । ଏହି ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର କୁମାର ନାଗ, ସମାଜସେବୀ ରତ୍ନାକରଦାଶ,ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସସ୍ମିତା ମାଝୀ,ଆଗ୍ରୋ କନିଷ୍ଟ ଯନ୍ତ୍ରୀ ସାନ୍ତନୁ ସାମଲ, ଡିଆରଡିଏ ସଂସ୍ଥାର ସୁବ୍ରତ ସାମଲ,ଓଡିଶା ଜୀବିକା ମିଶନ ର ବ୍ଲକ ସଂଯୋଜକ ପ୍ରତାପ ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳା ସ୍ୱୟଂସହାକ ଗୋଷ୍ଠିମାନେ ଏହି ବହୁମୁଖି ହଲାର ମେସିନ ଚଳାଇ ରୋଜଗାରକ୍ଷମ ହେବା ସହ କିପରି ସ୍ୱାବଲମ୍ବି ହୋଇପାରିବେ ସେ ସଂପର୍କରେ ଏସଏଚଜି ଗୃପକୁ ବୁଝାଇଥିଲେ । କୋଭିଡ ନିୟମ ପାଳନ କରି ମାଲକାନଗିରି ବ୍ଲକର ୧୧ଟି ପଚାଂୟତରୁ ମହିଳା ସ୍ୱୟଂସହାୟକ ଗୋଷ୍ଠିର ସଭାପତି ଓ ସଂପାଦକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.