Home ଜିଲ୍ଲା ପରିକ୍ରମା ବିଏସଏଫ ଆଇ.ଜି ଙ୍କ ମାଓପ୍ରବଣ ଅଚଂଳ ପରିଦର୍ଶନ,ମାଓଦମନ ଓ କୋଭିଡ ସଂପର୍କରେ ସମୀକ୍ଷା

ବିଏସଏଫ ଆଇ.ଜି ଙ୍କ ମାଓପ୍ରବଣ ଅଚଂଳ ପରିଦର୍ଶନ,ମାଓଦମନ ଓ କୋଭିଡ ସଂପର୍କରେ ସମୀକ୍ଷା

24

ମାଲକାନଗିରି,୨୩ା୪(ଓଡିଆ ପୁଅ) ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ବିଏସଏଫ ଆଇଜି ଶ୍ରୀ ମଧୁସୁଦନ ଶର୍ମା ମାଲକାନଗିରି ଜିଲ୍ଲା ର ବିଭିନ୍ନ ମାଓପ୍ରବଣ ଅଚଂଳ ସହିତ ଆନ୍ଦ୍ର ଛତିଶଗଡ ସୀମାନ୍ତ ବର୍ତି ଅଚଂଳକୁ ଆକାଶ ମାର୍ଗରେ ପରିଦର୍ଶନ ସହ ଅନୁଧ୍ୟାନ କରିଛନ୍ତି । ବିଶେଷ କରି ସ୍ୱାଭିମାନ ଅଚଂଳର ଜାନବାଇ,ଡାଇକ-୩,ଏମଭି୭୯ ଥାନାସ୍ଥ ବେଜାଙ୍ଗଓ୍ୟାର୍ଡା,ଆନ୍ଦ୍ରସୀମାନ୍ତ ଅଚଂଳ,ମାଥିଲିବ୍ଲକସ୍ଥ ଛତିଶଗଡ ସୀମାନ୍ତ ତୁଳସୀ ପାହଡ,କର୍ତନପାଲି ମାଓପ୍ରବଣ ଅଚଂଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ । ଆଜି ଜିଲ୍ଲାସଦର ମହକୁମାସ୍ଥ ଏମଭି୩ ବିଏସଏଫ କ୍ୟାମ୍ପପରିଦର୍ଶନ କରି ମାଓ ଦମନ,ଗତିବିଧି ଓ କୋଭିଡ ସ୍ଥିତି ସହ ଆନ୍ଦ୍ରପ୍ରଦେଶ,ଛତିଶଗଡ ସୀମା ସୁରକ୍ଷା ପରିସ୍ଥିତି ସଂପର୍କରେ ବିଏସଏଫ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ । ବିଏସଏଫ କ୍ୟାମ୍ପର ଯବାନ ମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିବା ସହିତ ମାଓବାଦୀଙ୍କ ଗତିବିଧି,କୁମ୍ବିଂଅପରେସନ କେମିତି ଚାଲିଛି ସେ ସପର୍କରେ ପଚାରି ବୁଝିଥିଲେ ।ଗତ୨୦୧୦ମସିହାରୁ ମାଲକାନଗିରି ଓ କୋରାପୁଡ ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଚଂଳରେ ବିଏସଏଫ କ୍ୟାମ୍ପପ୍ରତିଷ୍ଟା ହେବାପରେ ମାଓବାଦିଙ୍କ ହିଂସାକାଣ୍ଡ ବହୁମାତ୍ରାରେ କମିଥିବା ବେଳେ ସ୍ୱାଭିମାନ ଅଚଂଳରେ ବିକାଶର ଧାରା ଆଗେଇଛି ବୋଲି ସେ କହିଛନ୍ତି । ବିଏସଏଫ ଆଇଜି ଶ୍ରୀ ଶର୍ମା ଙ୍କ ସହ ବିଏସଏଫ ଡିଆଇଜି ସଂଜୟକୁମାର ସିଂ,ଡିଆଇଜି ଅର୍ଜୁନ ସିଂ ରାଠୋର,ଡିଆଇଜି ସୁକୁମାର ସଡଙ୍ଗି,ବିଏସଏଫ କମାଣ୍ଡେଂଟ ଙ୍କ ସହିତ ଅନ୍ୟାନ ବିଏସଏଫ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.