Home କେନ୍ଦୁଝର ମିଳିଲାନି ଅନୁଦାନ, ୧୫ରୁ କଲେଜରେ ଅନସନ ନିଷ୍ପତି

ମିଳିଲାନି ଅନୁଦାନ, ୧୫ରୁ କଲେଜରେ ଅନସନ ନିଷ୍ପତି

56

ହାଟଡ଼ିହି-୮ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଠାରେ ଥିବା ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୩୦ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେବି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଅନୁଦାନ ମିଳିପାରୁନି । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ଆଳ ଦେଖାଇ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନରୁ ବଞ୍ଚିତ କରିଆସୁଛନ୍ତି । ଏନେଇ ଯେତେ ଅଭିଯୋଗ କଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ଏପରିକି ଏଠାରେ କାର୍ଯ୍ୟକରୁଥିବା ଦୁଇଜଣ କର୍ମଚାରୀ ଅନୁଦାନକୁ ଅପେକ୍ଷା କରିକରି ମୃତ୍ୟୁବରଣ କରିସାରିଲେଣି । ଆଉ କିଛି କର୍ମଚାରୀ ବିନା ଦରମାରେ ବର୍ଷବର୍ଷ ଧରି କାମ କରିବାପରେ ଅବସର ନେଇ ସାରିଲେଣି । ଅନୁଦାନ ମିଳୁନଥିବାରୁ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀ ମାନେ ନିଜ ନିଜ ପରିବାର ଚଳାଇବା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମ୍ମ୍‌ୁଖୀନ ହୋଇ କାଳ କାଟୁଛନ୍ତି । ଏହାକୁନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ଆସନ୍ତା ଏପ୍ରିଲ ୧୫ତାରିଖ ଠାରୁ କଲେଜ ସମ୍ମୁଖରେ ଅନସନରେ ବସିବାକୁ ନିଷ୍ପତି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବ, ଗଣଶିକ୍ଷା ସଚିବ, କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ, ତହସିଲଦାରଙ୍କ ସମେତ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.