Home କେନ୍ଦୁଝର ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ

34

ହାଟଡ଼ିହି-୮ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଗତ ୨୦୧୯ ଜୁଲାଇ ୧୦ତାରିଖ ଠାରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ପଦଯାତ୍ରା ଆରମ୍ଭକରି ୩୧୪ବ୍ଲକକୁ ୫୬୫ଦିନରେ ପଦଯାତ୍ରାରେ ପରିଭ୍ରମଣ କରି ପ୍ରତି ବ୍ଲକର ବିଡିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବା ଜଂଗତସିହପୁରର ସତ୍ୟବ୍ରତ ଦାସ ଏବେ ପୁଣି ଦସ୍ତଖତ ସଂଗ୍ରହ ଅଭିଯାନରେ ବାହାରିଛନ୍ତି । ଗତ ଉତ୍କଳ ଦିବସଠାରୁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକରୁ ଏହି ଅଭିଯାନ ଆରମ୍ଭ କରିଥିବାବେଳେ ଆଜି ହାଟଡିହି ତହସିଲ ସମ୍ମୁଖରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଏହି ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇଥିଲା । ଜନସଚେତନତା ଟ୍ରଷ୍ଟର ଆବାହକ କ୍ରାନ୍ତକାରୀ ସତ୍ୟବ୍ରତ ଦାସଙ୍କ ଉପସ୍ଥିତିରେ ଶହଶହ ସଂଖ୍ୟାରେ ଲୋକମାନେ ଦସ୍ତଖତ କରିଥିଲେ । ଗୌରାଙ୍ଗ ରଣା, ସତ୍ୟବ୍ରତ ଜେନା, ଉମାକାନ୍ତ ପଣ୍ଡା, ବଳରାମ ପଣ୍ଡା, ସନ୍ତୋଷ ପାତ୍ର, ବସନ୍ତ ରାଉଳ, ଜିତେନ୍ଦ୍ର ଆଇଚ, ଅମରେଶ ଜେନା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.