Home ଜିଲ୍ଲା ପରିକ୍ରମା ମିଳିତ ଜନ ଶୁଣାଣିରେ ୬୪ଟି ଅଭିଯୋଗ

ମିଳିତ ଜନ ଶୁଣାଣିରେ ୬୪ଟି ଅଭିଯୋଗ

15

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଚଳିତ ମାସର ତୃତୀୟ ମିଳିତ ଜନଶୁଣାଣି ଶିବର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଏ.ଏସ୍‌.ପି. ବିଜୟ ରଞ୍ଜନ କେର୍କେଟା ଏଥିରେ ଯୋଗ ଦେଇ ସମୁଦାୟ ୬୪ଟି ଅଭିଯୋଗ ଶୁଣିଥିଲେ । ସେଥିମଧ୍ୟରେ ୫୮ଟି ବ୍ୟକ୍ତିଗତ ସମସ୍ୟା ମୂଳକ ଅଭିଯୋଗ ଓ ୬ଟି ଗ୍ରାମ ସମ୍ବନ୍ଧୀୟ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ୩ଟି ରେଡ଼କ୍ରସ ସମ୍ବନ୍ଧୀୟ ଆବେଦନ ଥିଲା । ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ , ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ର, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନା ଅନୁଭାଗ ଜରିଆରେ ୨ଜଣ ସ୍ୱାମୀ ପରିତ୍ୟକ୍ତାଙ୍କୁ ଜିଲ୍ଲାପାଳ ମଧୁବାବୁ ପେନ୍‌ସନ ଯୋଜନାରେ ଭତ୍ତା ମଞ୍ଜୁରୀ ପତ୍ର ବଣ୍ଟନ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ତିହିଡ଼ି ବ୍ଲକ୍‌ର ଅନୁସୂୟା ନାୟକ ଓ ବିଷ୍ଣୁପୁରବିନ୍ଧା, ଅର୍ଣ୍ଣପାଳ, ଭଦ୍ରକ ବ୍ଲକ୍‌ର ରଶ୍ମିତା ଜେନା । ଅନ୍ୟ ବିଭାଗ ମଧ୍ୟରେ ଡ଼୍ରେନେଜ୍ , ଶିକ୍ଷା, ପାନୀୟ ଜଳ ଯୋଗାଣ, ଶ୍ରମ ଆଦି ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଆଗତ ହୋଇଥିଲା । ଏ.ବି.ଡ଼ି.ଓ. ଗୁଲ ଫିର୍‌ଦୋସ୍ ଓ ଭଦ୍ରକ ବ୍ଲକର ଅନ୍ୟ କର୍ମଚାରୀମାନେ ଏହି ଶିବିର ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.