Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦାବୀପତ୍ର

ଭଦ୍ରକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦାବୀପତ୍ର

18

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୧୪ ଏପ୍ରିଲ ଦିନ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ କରି ମୋଟର ସାଇକେଲରେ ଫେରୁଥିବା ଶ୍ରଦ୍ଧାଳୁମାନଙ୍କ ଉପରେ ଜିହାଦୀ ଆତଙ୍କିମାନେ ପଥର ଫୋପାଡି ଥିଲେ । ପଥର ବାଜି ତଳେ ପଡିଯିବା ପରେ ସେମାନଙ୍କୁ ଧାରୁଆ ଖଣ୍ଡା ଓ ଘାତକ ଅସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା । ଯେଉଁଥିରେ ଚିନ୍ତାମଣି ମିର୍ଦ୍ଧାଙ୍କ ହତ୍ୟା ହେବା ସହ ଅନ୍ୟମାନେ ଗମ୍ଭୀର ଭାବେ ଆହତ ହୋଇଥିଲେ । ଏଥିରେ ଜଣଙ୍କର ଗୋଟିଏ ହାତ ହାଣି ଦିଆଯାଇଛି । ଜିହାଦୀ କଟରପନ୍ଥୀ ମାନେ ପୂର୍ବ ନିୟୋଜିତ ଯୋଜନା ଅନୁଯାୟୀ ଆକ୍ରମଣ କରିଥିଲାବେଳେ ରାଜ୍ୟର ପୋଲିସ ଓ ଗେ।।ଇନ୍ଦା ସଂସ୍ଥା କିିଛି ଜାଣିପାରିଲେ ନାହିଁ କାହିଁକି ବୋଲି ବିଶ୍ୱହିନ୍ଦୁ ପରିଷଦ ତରଫରୁ ପ୍ରଶ୍ନ କରାଯାଇଛି । ଦୋଷୀମାନଙ୍କୁ ତୁରନ୍ତ ଗିରଫ ସହ ଦୃଢ କାର୍ଯ୍ୟାନୁଷ୍ଠାନ, ମସଜିଦ, ମଦ୍ରାସା ଓ ବସ୍ତି ଗୁଡିକରେ ଅସ୍ତ୍ରଶସ୍ତ୍ରର ତଲାସି କରାଯାଉ । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଅନଧିକୃତ ଜବରଦଖଲକୁ ଉଚ୍ଛେଦ କରି ସେମାନଙ୍କୁ ବାହାର କରାଯାଉ । ନିର୍ଦ୍ଦୋଷ ହିନ୍ଦୁ ଶ୍ରମିକଙ୍କ ବିରୋଧରେ ହେଉଥିବା ମାମଲାକୁ ତୁରନ୍ତ ବନ୍ଦ କରାଯାଉ । ଏହି ଦାବି ସହ ଭଦ୍ରକର ସ୍ଥାନୀୟ ବିଷୟକୁ ନେଇ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି ଜିଲ୍ଲାପାଳଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ବିପିନ ପଣ୍ଡା, ସଞ୍ଜିବ ଦାସ, ପୁନିଲ ସାମନ୍ତ, କିରନ ଦାସ, ଦେବିକିଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.