Home କେନ୍ଦୁଝର ମିଥ୍ୟା ଅଭିଯୋଗ କରି ପ୍ରଶାସନକୁ ଭୂଆଁ ବୁଲାଉଛନ୍ତି

ମିଥ୍ୟା ଅଭିଯୋଗ କରି ପ୍ରଶାସନକୁ ଭୂଆଁ ବୁଲାଉଛନ୍ତି

44

ହାଟଡ଼ିହି-୧୫ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ଏବେ ଅନେକ ବ୍ୟକ୍ତି ବ୍ଲକ ପ୍ରଶାସନକୁ ମିଥ୍ୟା ଅଭିଯୋଗ ମାନ କରି ନାନା ପ୍ରକାର ହଇରାଣ କରୁଥିବା ଦେଖିବାକୁ ମିଳିଛି । ଆଜି ଜଣେ ବ୍ୟକ୍ତି ଡଅଁର ପଞ୍ଚାୟତରେ ଭତ୍ତା ବଣ୍ଟା ଯାଉଛି, ଟଙ୍କାତ ଆସିନି କିପରି ଭତ୍ତା ବଣ୍ଟାଯାଉଛି ବୋଲି ବିଡିଓଙ୍କୁ ଫୋନରେ ଅଭିଯୋଗ କରିଥିଲେ । ଏପରି ଅ୍ରଭିଯୋଗ ପାଇ ବିଡିଓ ଆଶ୍ଚର୍ଯ୍ୟ ହେବାସହ ଟଙ୍କା ତ ଆସିନି ଭତ୍ତା କିଏ ବାଣ୍ଟିଲା ବୋଲି ଏହାର ସତ୍ୟାସତ୍ୟ ଜାଣିବା ଲାଗି ତୁରନ୍ତ ବ୍ଲକର ଦୁଇଜଣ କର୍ମଚାରୀଙ୍କୁ ତଦନ୍ତ ପାଇଁ ପଠାଇଥିଲେ । କର୍ମଚାରୀ ଦୁଇଜଣ ପଞ୍ଚାୟତର ଅନେକ ଗ୍ରାମ ବୁଲି ଲୋକଙ୍କୁ ପଚାରି ବୁଝିବାପରେ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ଜାଣିବାକୁ ପାଇଥିଲେ । ଖାଲି ଏହି ଗୋଟିଏ ଅଭିଯୋଗ ନୁହଁ ଏପରି ଅନେକ ମିଥ୍ୟା ଅଭିଯୋଗ ନିତିଦିନ ହେଉଥିବା ଜାଣିବାକୁ ମିଳିଛି । ମିଥ୍ୟା ଅଭିଯୋଗକାରୀଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏପରି ହୁଅନ୍ତା ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.