Home କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତର ନିଜସ୍ୱ ଟୁଇଟର ଏକାଉଣ୍ଟ ଖୋଲିବାକୁ ଦାବି

ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତର ନିଜସ୍ୱ ଟୁଇଟର ଏକାଉଣ୍ଟ ଖୋଲିବାକୁ ଦାବି

50

ହାଟଡ଼ିହି-୧୫ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତ ଗୁଡିକରେ ନିଜସ୍ୱ ଟୁଇଟର ଏକାଉଣ୍ଟ ଖୋଲିବାକୁ ସାମାଜିକ ସଂଗଠନ ସର୍ଭଫର ପିପୁଲ ପକ୍ଷରୁ ଦାବି କରାଯାଇଛି । ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ସମସ୍ତ ସମସ୍ୟା ସମ୍ପର୍କରେ ପ୍ରଶାସନିକ ନିକଟରେ ପହଞ୍ଚି ପାରୁ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଯଦି ନିଜସ୍ୱ ଟୁଇଟର ଏକାଉଣ୍ଟ ସହିତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ଟୁଇଟର ଏକାଉଣ୍ଟ ଗୁଡିକ ସଠିକ ଭାବେ ସକ୍ରୀୟ କରାଯିବା ସହିତ ଏହାର ନିୟମିତ ତଦାରଖ କରାଯାଆନ୍ତା ତେବେ ଅନେକ ସମସ୍ୟାର ସାମାଧାନ ଅତି ସହଜରେ ହୋଇପାରନ୍ତା ବୋଲି ସାମାଜିକ ସଂଗଠନ ସର୍ଭଫର ପିପୁଲ ପକ୍ଷରୁ କୁହାଯାଇଛି । ସର୍ଭଫର ପିପୁଲ ପରିବାରର ସଦସ୍ୟ ସନ୍ତୋଷ କୁମାର ସ୍ୱାଇଁ, ସଦସ୍ୟା ମମତା ମଞ୍ଜରୀ ବରାଳ ଏନେଇ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସମସ୍ତ “ବ୍ଲକ” ଓ ସମସ୍ତ “ପଞ୍ଚାୟତ” ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ‘ପ୍ରଶାସନିକ କାର୍ଯ୍ୟାଳୟ’ ନାମରେ ଏକାଉଣ୍ଟ ଖୋଲିବା ସହିତ ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.