Home ଅନୁଗୁଳ କବି ହେଉଛି ସମୟର ଏକ ସଚେତନ ବିନ୍ଦୁ ରାଷ୍ଟ୍ରୀୟ କବି ସଙ୍ଗମ,ଅନୁଗୋଳ ଜିଲ୍ଲା ପକ୍ଷରୁ ଅନଲାଇନ୍...

କବି ହେଉଛି ସମୟର ଏକ ସଚେତନ ବିନ୍ଦୁ ରାଷ୍ଟ୍ରୀୟ କବି ସଙ୍ଗମ,ଅନୁଗୋଳ ଜିଲ୍ଲା ପକ୍ଷରୁ ଅନଲାଇନ୍ କବିତା ପାଠୋତ୍ସବ

176

ତାଳଚେର,୧୫/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ଦୀପାବଳୀ ଅବସରରେ ରାଷ୍ଟ୍ରୀୟ କବି ସଙ୍ଗମ,ଅନୁଗୋଳ ଜିଲ୍ଲା ପକ୍ଷରୁ ଏକ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ କବି ସଙ୍ଗମ,ଅନୁଗୋଳ ଜିଲ୍ଲାର ମିଡିଆ ପ୍ରମୁଖ ସବ୍ୟସାଚୀ ବିଷୋୟୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ପ୍ରାନ୍ତୀୟ ପ୍ରଭାରୀ ମହେଶ ଶର୍ମା ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ରାଷ୍ଟ୍ରୀୟ କବି ସଙ୍ଗମ,ଅନୁଗୋଳ ଜିଲ୍ଲା ସଂଯୋଜିକା କବୟତ୍ରୀ ଅନୀତା ପାଣି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସାହିତ୍ୟ ସଂସଦର ସଭାପତି ରାଧାକାନ୍ତ ମହାନ୍ତି,ସାହିତ୍ୟିକ ଡ.ପ୍ରଶାନ୍ତ କୁମାର ରଥ,ବରିଷ୍ଠ କବୟତ୍ରୀ ଇନ୍ଦିରା ଦାସ,ଗବେଷକ ବିଭୂତି ଭୂଷଣ ସାହୁ ଓ ଡ.ରମାମଞ୍ଜରୀ ଗଡନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରାନ୍ତୀୟ ପ୍ରଭାରୀ ମହେଶ ଶର୍ମା ନିଜ ବକ୍ତବ୍ୟରେ ସମାଜର ସବୁବର୍ଗର କବି,ଲେଖକ, ସାହିତ୍ୟିକ ମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ରାଷ୍ଟୀୟ ଚେତନାକୁ ଜନମାନସରେ ସଂଚାରଣ କରିବାରେ ରାଷ୍ଟୀୟ କବି ସଙ୍ଗମ ଅହରହ ଉଦ୍ୟମ ଜାରି ରଖିଛି ବୋଲି ମତବ୍ୟକ୍ତ କରିଥିଲେ । ମୂଖ୍ୟ ଅତିଥି ଶ୍ରୀ ସର ରାଷ୍ଟୀୟ କବି ସଙ୍ଗମର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ପ୍ରତ୍ୟେକ କବି, ଲେଖକ, କଳାକାର ଦେଶର ପରମ୍ପରା,ଐତିହ୍ୟ ଓ ସାଂସ୍କୃତିକ ଅବବୋଧ ବିଷୟରେ ସଚେତନ ହେବା ଆବଶ୍ୟକ । କୌଣସି ରାଷ୍ଟ୍ରର ଅସ୍ମିତା,ଆତ୍ମ ପରିଚୟ ଓ ସ୍ୱାଭିମାନର ପରିଚୟ ହେଉଛି ତାର ଭାଷା, ସାହିତ୍ୟ,ସଂସ୍କୃତି । କବି ହେଉଛି ସମୟର ଏକ ସଚେତନ ବିନ୍ଦୁ । ସେ ପ୍ରଥମେ ସଚେତନ ହୁଏ ଓ ପାଠକ,ପାଠିକା ମାନଙ୍କୁ ସମୟର ପ୍ରବାହ ଓ ଅନ୍ତଃସ୍ରୋତ ବିଷୟରେ ସଚେତନ କରିଥାଏ । ତେଣୁ ପ୍ରତ୍ୟେକ ସାହିତ୍ୟିକ ନିଜ ଉତରାଧିକାରୀ ସୂତ୍ରରେ ପାଇଥିବା ଭାଷା, ଲୋକକଥା,ଢଗଢମାଳି ଆଦିକୁ ସୁରକ୍ଷିତ ରଖିବା ସହ ସମୃଦ୍ଧ କରିବା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବରିଷ୍ଠ କବୟତ୍ରୀ ଅନୀତା ପାଣିଙ୍କ ଦୁଇଟି ପୁସ୍ତକ ଶ୍ରୀ ନିଳାଦ୍ରୀ ବିଜେ ଓ ଗୋବିନ୍ଦ ଦାମୋଦର ସ୍ରୋତମକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହାପରେ କବୟତ୍ରୀ ପ୍ରତିଭା ସାହୁ ଓ କୁଳମଣି ମେହେରଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଦିପ୍ତୀମୟୀ ବିଶ୍ୱାଳ,ଶୁଭେନ୍ଦୁ ପ୍ରଧାନ, ଶାନ୍ତଲତା ରଥ,ଗୀତାମୟୀ ମହାପାତ୍ର, ସିଦ୍ଧି ପ୍ରସାଦ ସାହୁ,ଗାୟତ୍ରୀ ଦାସ,ସୁରଞ୍ଜନ ପାତ୍ର,ରମେଶ ମିଶ୍ର,ଡ.ପ୍ରଶାନ୍ତ କୁମାର ରଥ,ଝରଣା ବାରିକ,ବିଜୟ କୁମାର ସାହୁ, ଧୀରେନ୍ କୁମାର ମିଶ୍ର,ଶାନ୍ତନୁ କୁମାର ସର,ବିସ୍ମିତା ସାହୁ, ପ୍ରେମଲତା ସାହୁ,ଖୁଲଣା ନାୟକ,ସବିତା ସାହୁ,ପଦ୍ମାବତୀ ମିଶ୍ର, ପ୍ରୀତିରେଖା ପରିଡା, ନିତ୍ୟାନନ୍ଦ ବାରିକ, ଶ୍ରୀକାନ୍ତ କୁମାର ମିଶ୍ର,କୁମୁଦିନୀ ବିଶ୍ୱାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶୀତିକାନ୍ତ ଖୁଣିଆ କବିତାଗୁଡିକର ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭୂତି ଭୂଷଣ ସ୍ୱାଇଁ,ରୀନାରାଣୀ ରାଉତରାୟ, ବାସବ ପଲେଇ,ସନ୍ତୋଷ କୁମାର ମହାପାତ୍ର,ଦେବାନନ୍ଦ ସାହୁ,ପ୍ରତୀକ୍ଷା ପରିଡା,ବିଭୂତି ଭୂଷଣ ପାଣି,ଜଗଦୀଶ ସାହୁ,ରତ୍ନପ୍ରଭା ବାଇଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୫୦ରୁ ଉର୍ଦ୍ଧ୍ୱ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ । ସର୍ବଶେଷରେ ମିଡିଆ ପ୍ରମୁଖ ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.