Home ଜିଲ୍ଲା ପରିକ୍ରମା ମା’ ରକ୍ଷାକାଳୀଙ୍କ ବାର୍ଷିକ ପୂଜା ଉତ୍ସବ

ମା’ ରକ୍ଷାକାଳୀଙ୍କ ବାର୍ଷିକ ପୂଜା ଉତ୍ସବ

22

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ରାମେଶ୍ୱରପୁରସ୍ଥିତ ମା ରକ୍ଷାକାଳୀଙ୍କ ବାର୍ଷିକ ପୂଜା ଆଜି ଅନୁଷ୍ଠିତ ହୋଇଯାଇଛି । ମା ଙ୍କ ମୂର୍ତି ନିର୍ମାଣ କରାଯାଇ ଯଥା ରିତିନିତୀରେ ପୂଜାର୍ଚ୍ଚନା ସଂପନ୍ନ ହୋଇଛି । ଗ୍ରାମର ଶିବାନନ୍ଦ ଦଳାଇ ମାନସିକ ରଖି ମାଙ୍କୁ ପୂଜାର୍ଚ୍ଚନା କରିଥିଲେ । ଶହଶହ ବର୍ଷ ଧରି ଏଠାରେ ମା ଙ୍କୁ ପୂଜା କରାଯାଉଥିବା ବେଳେ ବିଭିନ୍ନ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା ପାଇଁ ପ୍ରଶାସନର ନିଷ୍ପତି ଅନୁଯାୟୀ କମ ସଂଖ୍ୟକ ଭକ୍ତଙ୍କୁ ନେଇ ପୂଜାର୍ଚ୍ଚନା କରାଯାଇଛି । ପୂର୍ବରୁ ମାଙ୍କ ଠାରେ ମୁଖ୍ୟ ଭୋଗ ଛାଗବଳି ପ୍ରସ୍ଥା ରହିଥିବା ବେଳେ ପ୍ରଶାସନର କଟକଣା ଯୋଗୁଁ ଆଉ ଛାଗବଳି ଚଢା ଯାଉନି । କେବଳ ଗୋଟିଏ ବଳି ମାଙ୍କ ନିକଟରେ ପଡିଛି । କମିଟିର ନୃସିଂହ ଚରଣ ଜେନା, ବୀରନ୍ଦ୍ରେ ବାରିକ, କ୍ଷେତ୍ରବାସୀ ବାରିକ, ଦାମୋଦର ମହାନ୍ତି, ରମାକାନ୍ତ ବେହେରାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ମାଙ୍କ ପୂଜାକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.