Home ଜିଲ୍ଲା ପରିକ୍ରମା ଭଦ୍ରକ : ସମାଜସେବୀଙ୍କ ପରଲୋକ

ଭଦ୍ରକ : ସମାଜସେବୀଙ୍କ ପରଲୋକ

16

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ମୀର୍ଜାପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ସରକାରୀ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ସୟଦ ନୁରୁଲ ହୋଦାଙ୍କର ପରଲୋକ ହୋଇ ଯାଇଛି । ଗତକାଲି ରାତିରେ ତାଙ୍କର ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ତାଙ୍କର ଜଣେ ପୁଅ ଜଣେ ଝିଅ ଅଛନ୍ତି । ଆଜି ବିହାରରୁ ଆସିଥିବା ଧର୍ମଗୁରୁ ଫୈଜାନୁଲ ହୋଦା ଜନାଜା ନମାଜ ପାଠ ପରେ ଶେଷକୃତ୍ୟ କରାଯାଇଥିଲା । ପରେ ମୀର୍ଜାପୁର ଗ୍ରାମରେ ଥିବା କାଦ୍‌ରିଆ ମସ୍‌ଜିଦ୍ ନିକଟ ସମାଧି ପୀଠରେ ସମାଧିସ୍ଥ କରାଯାଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ପୁରୁଣାବଜାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ କବର ପାଇ ସାହି ସର୍ଦ୍ଦାର ସମେତ ବହୁ ବୁଦ୍ଧିଜୀବୀ ତାଙ୍କୁ ଅନ୍ତିମ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.