Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ବିଜେପିର ମିଶ୍ରଣ ପର୍ବ

ଭଣ୍ଡାରିପୋଖରୀ : ବିଜେପିର ମିଶ୍ରଣ ପର୍ବ

38

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକର କୋରିଗାଁ ପଞ୍ଚାୟତ ଆଲିହାରେ ବିଜେପିର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ ପଞ୍ଚାୟତର ସଭାପତି ସୁଶାନ୍ତ ପାତ୍ରଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଦଳର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ତଥା ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତ ହୋଇ ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନ୍ୟ ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦେଇଥିବା କର୍ମୀମାନଙ୍କୁ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ଗିରିଶ ସାମଲ, ଭୀମସେନ ନାୟକ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ରବିନାରାୟଣ ସାହୁ, ରାମଚନ୍ଦ୍ର ସେନାପତି, ଅଜିତ ପତି, ନିରଞ୍ଜନ ପୁହାଣ, ସୁଦର୍ଶନ ସାମଲ, ସ୍ୱାଧିନ ସ୍ୱାଇଁ ପ୍ରମୁଖ ନବାଗତଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ କର୍ମୀ ଗୌରାଙ୍ଗ ପାତ୍ର, ଗଗନ ଶଙ୍ଖୁଆ, ବିରଞ୍ôଚ ଜେନା, ସୂର୍ଯ୍ୟମଣି ଶଙ୍ଖୁଆ, ତପନ ସେନାପତି, ପ୍ରକାଶ ପାତ୍ର, ମାନସ ରାଉତ, ପ୍ରଦୀପ ସେନାପତି, ଧର୍ମେନ୍ଦ୍ର ରାଉତ, ସୁଶାନ୍ତ ଜେନା, ଦିଲ୍ଲିପ ସେନାପତି, ବିଦ୍ୟାଧର ସାମଲଙ୍କ ସମେତ ବହୁ କର୍ମୀ ଦଳରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.