Home ଜିଲ୍ଲା ପରିକ୍ରମା ମା’ ଭଦ୍ରକାଳୀ ମ୍ୟୁଜିକ୍ ଓ ଆର୍ଟ ସ୍କୁଲର ବାର୍ଷିକୋତ୍ସବ

ମା’ ଭଦ୍ରକାଳୀ ମ୍ୟୁଜିକ୍ ଓ ଆର୍ଟ ସ୍କୁଲର ବାର୍ଷିକୋତ୍ସବ

20

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନହଲ ଠାରେ ମା’ ଭଦ୍ରକାଳୀ ମ୍ୟୁଜିକ୍ ଏବଂ ଆର୍ଟ ସ୍କୁଲର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଆର୍ଟ ସ୍କୁଲର ବାର୍ଷିକ ଉତ୍ସବ ଓ ଯାତ୍ରା ଗୁରୁ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ସ୍ମୃତିଚାରଣ ସଭାକୁ ଆଇନଜୀବୀ ଦିଲ୍ଲିପ ମହାପାତ୍ର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର – ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ମୁଖ୍ୟବକ୍ତା ଭାବେ କୋଠାର ରାମକୃଷ୍ଣ ମିଶନର ମୁଖ୍ୟ ଭରତ ମହାରାଜ, ସମ୍ମାନିତ ଅତିଥି ଯାତ୍ରା ଅଭିନେତା ସୁରେଶ ପଣ୍ଡା, ସମାଜସେବୀ ସୁରଜ ସାହୁ, ଗୁରୁ ବାଦଲ ସିକଦାର ପ୍ରମୁଖ ଯୋଗଦେଇ ନାଟ୍ୟାଚାର୍ଯ୍ୟ ରଘୁନାଥଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ମଞ୍ଚ କଳାକାର ମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ଏବେ ସେମାନେ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଲଟିଛନ୍ତି । ଅନ୍ୟପକ୍ଷରେ ନାଟ୍ୟାଚାର୍ଯ୍ୟ ରଘୁନାଥ ଯେଉଁ କଳାକାର ତିଆରି କରିଯାଇଛନ୍ତି ତାହା ସମଗ୍ର ଓଡ଼ିଶା ଓ ଭଦ୍ରକ ଜିଲା ପାଇଁ ଗର୍ବ ଆଣିଦେଇଛି ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ଯାତ୍ରା ଅଭିନେତା ବାପି ପଣ୍ଡା, ସାମ୍ବାଦିକ ହେମନ୍ତ ସିଂହ, ନୃତ୍ୟଗୁରୁ ପୁଷ୍ପଲତା ଜେନା, ଗୁରୁ ଲକ୍ଷ୍ମୀଧର ଜେନା, ଶିକ୍ଷାବିତ ବୀରେନ୍ଦ୍ର ମାଝୀ, ଦୁର୍ଗାଚରଣ ପଣ୍ଡା, ବସନ୍ତ ଦାସ ପ୍ରମୁଖଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆର୍ନ୍ତଜାତୀୟ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କାଙ୍କ ମଞ୍ଚ ପରିଚାଳନାରେ ସଙ୍ଗଠନର ସମ୍ପାଦକ ଚକ୍ରଧର ଜେନା ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.