Home ଜିଲ୍ଲା ପରିକ୍ରମା ଉଲ୍ଲେଖନୀୟ ସେବାପାଇଁ ରହଣିଆ ଓ ମାଳଦା ସରପଞ୍ଚ ପୁରସ୍କୃତ

ଉଲ୍ଲେଖନୀୟ ସେବାପାଇଁ ରହଣିଆ ଓ ମାଳଦା ସରପଞ୍ଚ ପୁରସ୍କୃତ

12

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକର ରହଣିଆ ସରପଞ୍ଚ ଅଲିଭା ନାୟକ ଓ ମାଳଦା ସରପଞ୍ଚ ରିତାଞ୍ଜଳୀ ସାମଲଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ ହୋଇଛନ୍ତି । ୨୦୧୭ ମସିହାରେ ନିର୍ବାଚିତ ହେବା ପରଠାରୁ ଉନ୍ନୟନମୂଳକ ଯୋଜନାର ରୂପାୟନରେ ପାରଦର୍ଶିତା ଅର୍ଜ୍ଜନ କରିଥିବାରୁ ବିଶ୍ୱ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ସମ୍ବର୍ଦ୍ଧିତ କରାଯାଇଛି । “କାଦମ୍ବିନୀ” ପକ୍ଷରୁ କିଟ୍ ପରିସରରେ ଇତି ସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ôସବରେ ବିଧାୟିକା ଲତିକା ପ୍ରଧାନ, ସାଂସଦ ଡ ଅଚ୍ୟୁତ ସାମନ୍ତ, ନାରୀନେତ୍ରୀ ସୁଲତା ଦେଓ, ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଜୟନ୍ତୀ ରଥ, ସରପଞ୍ଚ ଆରତୀ ଦେବୀ ଅତିଥି ଭାବେ ଯୋଗଦେଇ ସରପଞ୍ଚମାନଙ୍କ କାର୍ଯ୍ୟଧାରା, ପ୍ରେରଣା, ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ, ନେତୃତ୍ୱ ଶୈଳୀ, ଲୋକପ୍ରିୟତା ଆଧାରରେ ସମ୍ବର୍ଦ୍ଧିତ କରିଥିଲେ । ଏହି କୃତିତ୍ୱ ପାଇଁ ଉଭୟ ସରପଞ୍ଚଙ୍କୁ ସ୍ଥାନୀୟ ବ୍ଲକ ଅଞ୍ଚଳରେ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.