Home ଜିଲ୍ଲା ପରିକ୍ରମା ଓଡିଶା ତେଜସ୍ୱିନୀ ମହିଳା ସଂଗଠନର ବାର୍ଷିକୋତ୍ସବ, ‘ତେଜସ୍ୱିନୀ’ ପୁସ୍ତକ ଲୋକାର୍ପଣ

ଓଡିଶା ତେଜସ୍ୱିନୀ ମହିଳା ସଂଗଠନର ବାର୍ଷିକୋତ୍ସବ, ‘ତେଜସ୍ୱିନୀ’ ପୁସ୍ତକ ଲୋକାର୍ପଣ

26

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ତେଜସ୍ୱିନୀ ମହିଳା ସଂଗଠନର ଦ୍ୱିତୀୟ ବାର୍ଷିକୋତ୍ସବ ସ୍ଥାନୀୟ ସଂସ୍କୃତିଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି କଳ୍ପନା ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିôଭାବେ ସାହିତ୍ୟିକା ସୁବାସିନୀ ଜେନା ,ଉପଦେଷ୍ଟା ବାସନ୍ତୀଲତା ପରିଡା ପ୍ରମୁଖ ଯୋଗଦେଇ କହିଲେ ଜେଜସ୍ୱିନୀ ନାମରେ ଏ ଯେଉଁ ମହିଳା ସଂଗଠନ କରାଯାଇଛି ତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହତ ଅଟେ । ଜଣେ ନାରୀ ସମାଜର ମଙ୍ଗଳକାମନାରେ ନିଜକୁ ଉତ୍ସର୍ଗୀକୃତ କରିଥାଏ । କେତେ ଯେ ଦଃୁଖ କଷ୍ଟ ତା ଜୀବନରେ ଆସିଥାଏ ,ସେ ସବୁକୁ ତିଳେମାର୍ତ୍ର ଖାତିର ନ କରି ମଥାପତି ସହିଯାଇଥାଏ । ସେ ହେଉଛି ଗର୍ଭଧାରିଣୀ ,ସେ ହେଉଛି କୋମଳମୟୀ,ଜଗତଜନନୀ ମା ଶକ୍ତିମୟୀ ତେଜସ୍ୱିନୀ । ନାରୀକୁ ଯିଏ ଅବମାନନା କରେ ସେ ନର୍କ ଯନ୍ତ୍ରଣା ଭୋଗ କରେ । ନାରୀକୁ ଯେତେବେଳେ ବିବଶ କରାଯାଏ ସେ ପାଲଟିଯାଏ ଶକ୍ତିମୟୀ ଓ ତେଜସ୍ୱିନୀ ବୋଲି ବକ୍ତାମାନେ କହିଥିଲେ । ସଂପାଦକ ଅଂଜନା ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ,ସାଂସ୍କୃତିକ ସଂପାଦକ ରିଚିସ୍ମିତା ମହାନ୍ତି ଅତିଥି ପରିଚୟ ,ଉପଦେଷ୍ଟା ଦୀପାଳି ମିଶ୍ର ସ୍ୱାଗତ ବାଷଣ ଓ ଆବାହକ ରେଣୁବାଳା ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପ୍ରଥମ ଅଧିବେଶନରେ ସମାଜରେ ନାରୀର ଭୂମିକାଶୀର୍ଷକ ଏକ ଅଲୋଚନାଚକ୍ର ଉପଦେଷ୍ଟା ଜାନକୀ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥିଭାବେ କବୟତ୍ରୀ ଶାନ୍ତଲତା ନାଗ,ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଭାନୁମତି ମାଟିଆ,ସମ୍ମାନୀତ ଅତିଥିଭାବେ ଉର୍ମିଳା ପାଣିଗ୍ରାହୀ,ଉପସଭାପତି ମନୋରମା ରାୟ,ଉପସଭାପତି ଚୈତାଳି ଖିଲାର ପ୍ରମୁଖ ସଂଯୋଜନା କରିଥିଲେ । କବୟତ୍ରୀ ଦିପ୍ତୀମୟୀ ସାହୁ ଅତିଥି ପରିଚୟ ଓ ମିଡିଆ ସଂଯୋଜିକା ଲିପିକା ରାଉତ ମଂଚ ନିମନ୍ତ୍ରଣ ଓ ସହ ସଂପାଦିକା ସୁଜାତା ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ମାର୍ଗଦର୍ଶକ ସାମ୍ବଦିକ ରବି ନାରାୟଣ ଖିଲାର,ଅଧ୍ୟାପକ ନିହାର ରଂଜନ କର ,ଚିତ୍ରଶିଳ୍ପୀ ପ୍ରଭାତ ଜେନା ,,ଉପଦେଷ୍ଟା ଅଂଜନା ଲେଙ୍କା,ସହ ସଂପାଦିକା ଉର୍ମିଳା ସାହୁ,ସୁଜାତାରାଣି ବେହେରା,ସାଂସ୍କୃତିକ ସହ ସଂପାଦିକା ଦେବୀଦିପ୍ତା ହୋତା,ତନ୍ମୟୀ ପଣ୍ଡା,ମିନତୀ ବାରିକ,ଜୟନ୍ତୀ କର ଶର୍ମା,ମମତା ସାହୁ,ଝୁରଣବାଳା ଖୁଣ୍ଟିଆ,ସୁମିତ୍ରା ପାଣି.ଶକୁଂନ୍ତଳା ନାୟକ ,ବସନ୍ତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷ ଦାସ,ଅଭୟ ସାହୁ,ବିକାଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଡା.ଭାଗ୍ୟଶ୍ରୀ ପଣ୍ଡା,ସ୍ୱଛସାଥି ସସ୍ମିତା ମହାପାତ୍ର,ମହାସଂଘର କୋଷାଧ୍ୟକ୍ଷ ଦୀପ୍ତିପ୍ରଭା ରାୟଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ବହୁ କୃତି ପ୍ରତିଭାଧାରୀ ଓ ସ୍ୱୟଂସହାୟିକା ଗୋଷ୍ଠିଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.