Home Top News ମା’ ବାଟକାଳୀଙ୍କର ମହିଷାସୁର ବଧ ବେଶ

ମା’ ବାଟକାଳୀଙ୍କର ମହିଷାସୁର ବଧ ବେଶ

35

ପୁରୀ ୨-୧୦ (ଓଡ଼ିଆ ପୁଅ) ଶାରଦୀୟ ଦୁର୍ଗା ପୂଜାକୁ ନେଇ ପୁରୀ ସହର ଚଳଚଞ୍ଚଳ। ପୁରୀରେ ମା’ ବିମଳାଙ୍କ ନୀତି ଅନୁଯାୟୀ ଶକ୍ତି ପୀଠ ଗୁଡିକରେ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଗୋଷାଣୀ ଦେବୀଙ୍କ ମଣ୍ଡପରେ ଆଜି ଅଷ୍ଟମୀ ନୀତି। ଏଥି ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି ପୂଜା ମଣ୍ଡପ ଗୁଡିକରେ। ଭକ୍ତ ମାନେ ମା’ ଙ୍କୁ ଦୀପ ଲଗାଇ, ଭୋଗ ଦେଇ ପୂଜାର୍ଚ୍ଚନା କରୁଛନ୍ତି। ବିଶ୍ୱାସ ରହିଛି ଶାରଦୀୟ ଦୂର୍ଗା ପୂଜାରେ ଦେବୀ ଦୂର୍ଗାଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ। ପୁରୀ ସହରରେ କାହିଁ କେଉଁ କାଳରୁ ଦୂର୍ଗା ପୂଜା ସମୟରେ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ଭାବେ ପୂଜା କରାଯାଏ। ଏହି ନିଆରା ପରମ୍ପରା ପୂଜା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିଥାନ୍ତି ଦୂର୍ଗା ପୂଜା ସମୟରେ। ଏହି କ୍ରମରେ ଆଜି ମା’ ବାଟକାଳୀଙ୍କ ପୀଠରେ ମହିଷାସୁର ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.