Home କେନ୍ଦୁଝର ମା ପାଟଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟସୋସୋ ଚମ୍ପିୟନ

ମା ପାଟଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟସୋସୋ ଚମ୍ପିୟନ

31

ହାଟଡ଼ିହି, ୧୬ /୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତ ମିଠିଗାଁ ମା ପାଟଜାଗୁଳାଇ ଇଲେଭେନଷ୍ଟାର କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗ ନେଇଥିବା ବେଳେ ଆଜିର ଫାଇନାଲ ମ୍ୟାଚରେ ସୋସୋ ବିଦ୍ୟାଧରପୁରକୁ ୮୦ରନରେ ହରାଇ ଚମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ସୋସୋ ନିର୍ଦ୍ଧାରିତ ୧୫ଓଭରରେ ୨୧୬ ରନ କରିଥିବାବେଳେ ତାର ଜବାବରେ ବିଦ୍ୟାଧରପୁର ମାତ୍ର ୧୩୬ରନ କରିବାକୁ ସମର୍ଥ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ବିଜେଡି ନେତା ବିଜୟ କୁମାର ରାଉତ, ସଢ଼ା ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲ ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ଓ ଟ୍ରଫି ବଣ୍ଟନ କରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ଭାବେ ଆଶିଷ ରାଉତଙ୍କୁ ପୁରସ୍କୃତ କରାଯାଇଥିଲା । ଅମ୍ପାୟାର ଭାବେ କାଳନ୍ଦି ଚରଣ ପଳତା ଓ ଧନେଶ୍ୱର ରାଉତ ଖେଳ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.