Home ଜିଲ୍ଲା ପରିକ୍ରମା ମା’ ନାଗେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବାରୋ ଟିମ୍‌କୁ ହରାଇ ବୋଡକ ଟିମ୍ ଚମ୍ପିୟାନ

ମା’ ନାଗେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବାରୋ ଟିମ୍‌କୁ ହରାଇ ବୋଡକ ଟିମ୍ ଚମ୍ପିୟାନ

44

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ତିହିଡି ବ୍ଲକ୍ ଅଧୀନସ୍ଥ ବିଲଣା ପଂଚାୟତର ଲଞ୍ଜାତରା ଠାରେ ମା’ ନାଗେଶ୍ୱରୀ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ୨୫ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଟିମ୍ ବିଭିନ୍ନ ପଂଚାୟତରୁ ଆସି ଯୋଗ ଦେଇଥିଲେ। ଏଠାରେ ୮ ଦିନ ଧରି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ତେବେ ଫାଇନାଲ ମ୍ୟାଚ୍ ଇପିଆଇସି ବୋଡକ ଏବଂ ମା’ ନୟାକଣୀ କ୍ରିକେଟ୍ ଟିମ୍ ବାରୋ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାରୋ ଟିମ୍ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୯୧ ରନ୍ ସଂଗ୍ରହ କରିଥିଲାବେଳେ ବୋଡକ ବୋଡକ ଟିମ୍ ୪ ୱିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ବେଶ୍ ଚିତାକର୍ଷକ ଥିଲାବେଳେ ବିଭିନ୍ନ ପଂଚାୟତ ହଜାର ହଜାର ଦର୍ଶକମାନେ ଯୋଗଦେଇ ଖେଳଟିକୁ ଦେଖି ବେଶ୍ ଆନନ୍ଦିତ ହୋଇଥିଲେ।

ଶେଷରେ ଏକ ଉଦ୍‌ଯାପନୀ ଉତ୍ସବ ସେଠାରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମବାୟ ବିଭାଗର ସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀ, ଗାଁର ମୁରବୀ ତଥା ସମିତି ସଭ୍ୟ ଭାଗୀରଥି ମଲ୍ଲିକ, କଳିଙ୍ଗ ଟିଭି ବ୍ୟୁର ହେଡ୍ ନରେନ୍ଦ୍ର ସାମଲ, ବିଲଣା ପଂଚାୟତର ସରପଞ୍ଚ ପ୍ରତିନିଧି ବିଶ୍ୱରଞ୍ଜନ ନାୟକ, କ୍ଲବ୍‌ର ଉପଦେଷ୍ଟା ଗୋକୁଳାନନ୍ଦ ଦାଶଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କ୍ଲବ୍‌ର ଯୁବକମାନଙ୍କ ଏପରି ଆୟୋଜନ ଓ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶେଷରେ ବିଜେତା ଦଳକୁ ଚମ୍ପିୟାନ ଟ୍ରଫି ଓ ପରାଜିତ ଦଳକୁ ରନର୍ସଅପ୍ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ। ତେବେ କ୍ରିକେଟ୍ ଖେଳ ଏକ ଅନିଶ୍ଚିତ ଖେଳ ହେଲେ ମଧ୍ୟ ଗ୍ରାମାଞ୍ଚଳରେ ଖେଳାଳୀମାନେ ପ୍ରତିଯୋଗୀ ମନୋଭାବ ନେଇ ଖେଳିଥିବାରୁ ଅତିଥିମାନେ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେହିପରି ଭାବେ ଏହି ଖେଳଟିକୁ ୮ଦିନ ଧରି ଶାନ୍ତି ଶୃଙ୍ଖଳାର ସହିତ ସମାପିତ କରିଥିଲେ ଗ୍ରାମବାସୀ। ଗ୍ରାମାଞ୍ଚଳର ଖେଳାଳୀମାନଙ୍କ ମଧ୍ୟରେ କ୍ରିକେଟ୍ ଖେଳ ପ୍ରତି ଆଗ୍ରହ ସୃଷ୍ଟି ଉଦ୍ୟମରେ ଏପରି ଖେଳ ଆୟୋଜିତ ହୋଇଥିବା ଏବଂ ଶୃଙ୍ଖଳିତ ଭାବେ ଗ୍ରାମବାସୀଙ୍କ ସହଯୋଗରେ ଏହା ସମାପିତ ହୋଇଥିବାରୁ କ୍ଲବ୍ ସଦସ୍ୟମାନେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମକୁ କୃଷି ମିତ୍ର ପ୍ରଦୀପ ଦା. କ୍ରିକେଟ୍ ଟିମ୍‌ର ପରିଚାଳକ ଭାଗୀରଥି ମଲ୍ଲିକ, ଜୟନ୍ତ ଦାଶ, ଅନିଲ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.