Home ଜିଲ୍ଲା ପରିକ୍ରମା ମାୟାଧର ସ୍ମୃତି କମିଟି ପ୍ରକ୍ଷରୁ ପ୍ରତିଭା ସମ୍ମାନ

ମାୟାଧର ସ୍ମୃତି କମିଟି ପ୍ରକ୍ଷରୁ ପ୍ରତିଭା ସମ୍ମାନ

27

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲ୍ଲା ଘଣ୍ଟେଶ୍ୱର ଗଙ୍ଗାଧରପୁର ପାଟଣା ସ୍ଥିତ ମାୟାଧର ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ,କ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଉତ୍ସବରେ ଚଳିତ ବର୍ଷ ଭଦ୍ରକ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥବବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଘାଟକ ଭାବେ ଗଣ ଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ଡ. ଶରତ କୁମାର ବିଶ୍ୱାଳ ଯୋଗଦେଇ ପିଲାମାନେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଅଗ୍ରସର ହେଲେ, ସଫଳତା ନଶ୍ଚିତ ଆସିବ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେସ୍କୁଲ ଗଣଶିକ୍ଷା ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡ. ରମାକାନ୍ତ ସାହୁ, ସମ୍ମାନିତ ଅତିଥି ଭାବେ ଭଦ୍ରକ ବ୍ଳକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ବୃନ୍ଦାବନ ଶତପଥି ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ସମସ୍ତ ଅତିଥିଙ୍କ ସମେତ ସିଆରସି ପରେଶ କୁମାର ପରିଡ଼ାଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସାମ୍ବାଦିକ ବଂଶୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.