Home କଟକ ମାହାଙ୍ଗା ଭଞ୍ଜ ମଣ୍ଡପରେ ରାଜ୍ୟ ସ୍ତରୀୟ ଶରତ ମହୋତ୍ସବ ଉଦଘାଟିତ

ମାହାଙ୍ଗା ଭଞ୍ଜ ମଣ୍ଡପରେ ରାଜ୍ୟ ସ୍ତରୀୟ ଶରତ ମହୋତ୍ସବ ଉଦଘାଟିତ

117

କଟକ -୧୨/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ୨ ଦିନିଆ ଶରତ ମହୋତ୍ସବ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନ ଭଞ୍ଜ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି।

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ବୈଭବମୟ ପରମ୍ପରାକୁ ମାହାଙ୍ଗା ମାଟିର ଅବିସ୍ମରଣୀୟ ଅବଦାନ ଅତୁଳନୀୟ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମତ ପୋଷଣ କରିଥିଲେ।

ଆମ ରାଜ୍ୟର ଗରିମାମୟ କଳା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଯେଉଁ ପ୍ରଥିତଯଶା ସାଧକମାନଙ୍କ ଅବଦାନ ରହିଛି, ସେମାନେ ଚିର ନମସ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

ମାହାଙ୍ଗାର ଯଶସ୍ବୀ ସୃଜନ ପୁରୁଷମାନଙ୍କ ମହିମା ମଣ୍ଡିତ, ସିଦ୍ଧି ଓ ସାଧନାର କାହାଣୀ, ସବୁ ବର୍ଗର ଜନତାଙ୍କୁ ଆକର୍ଷିତ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ।

ଓଡିଶା ସଂଗୀତ ଏକାଡେମୀ ସଚିବ ପ୍ରବୋଧ ରଥ ଏହି ଉତ୍ସବରେ ପୌରହିତ୍ୱ କରିଥିଲେ।

ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା, କଟକ ସିସି ବ୍ୟାଙ୍କ ପୂର୍ବତନ ସଭାପତି ଅଶୋକ ଓଝା, ଜିଲ୍ଲା ପରିଷଦ ସଭ୍ୟା ଅନ୍ନପୂର୍ଣ୍ଣା ବେହେରା, ମୋନାଲିସା ଦାଶ, ହୃଷିକେଶ ସ୍ୱାଇଁ, କେଶବ ବେହେରା, ସୁଚିତ୍ରା ସିଂ ପ୍ରମୁଖ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଓଡିଶୀ ନୃତ୍ୟ, ସଂଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ଦେଖିବାକୁ ମିଳିଥିଲା। ସଭା ଚାଲିଥିବା ସମୟରେ ଜନୈକ ଯୁବକ ହଠାତ ମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗି ଥିଲେହେଁ ତାହା ବାଜିନଥିଲା। ସଙ୍ଗେ ସଙ୍ଗେ ପୋଲିସ ତାକୁ ହେପାଜତକୁ ନେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.