Home Coronavirus Outbreak ଜିଲ୍ଲାପାଳଙ୍କ ବିଭିନ୍ନ କୋଭିଡ୍ କେୟାର ହୋମ ପରିଦର୍ଶନ

ଜିଲ୍ଲାପାଳଙ୍କ ବିଭିନ୍ନ କୋଭିଡ୍ କେୟାର ହୋମ ପରିଦର୍ଶନ

115

ପୁରୀ ୧୫-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଳାପାଳ ଶ୍ରୀ ବଲୱନ୍ତ ସିଂ ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ହୋମ୍ ଓ ସେଟଂର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହ କୋରନା ମୁକାବେଲା ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି।ସାକ୍ଷୀଗୋପାଳ, ମଙ୍ଗଳପୁର ଡେଲାଙ୍ଗ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି କୋଭିଡ୍ ମୁକାବେଲା ଭିର୍ତିଭୂମୀ ଯାଚଂ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ସମୀକ୍ଷା କରିଛନ୍ତି ଏତଦ୍ ବ୍ୟତୀତ ଗ୍ରାମ୍ୟ ଓ ପଚାଂୟତ ସ୍ତରୀୟ କୋଭିଡ୍ କେୟାର୍ ଓ ପରିଚଳନା କମିଟୀ ଓ କୋଭିଡ୍ ଯତ୍ନ କେନ୍ଦ୍ର ପରିଚାଳନା ସମ୍ପର୍କରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ସ୍ଥାନୀୟ ଲୋକପ୍ରତିନୀଧି ମାନଙ୍କ ସହ ଜିଳ୍ଲାପାଳ ଆଲୋଚନା କରିବା ସହ କୋରନା ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ସ୍ଥାନୀୟ ତହ୍‌ସିଲ୍ ଦାର, ବି-ଡି-ଓ, ସ୍ୱାସ୍ଥ୍ୟ ଅଧିକାରୀ ସି-ଡି-ଏମ୍‌-ଓ ଡଃ ସୁଜାତା ମିଶ୍ର, ଡିପି-ଏମ୍‌- ପି- ନାରାୟଣ ରାଓ ସାମିଲ୍ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.