Home ଜାତୀୟ ମାସକ ମଧ୍ୟରେ ଦଳର ନଂ-୨:ପି.କେ ହେଲେ ଜେଡିୟୁ ଉପାଧ୍ୟକ୍ଷ!

ମାସକ ମଧ୍ୟରେ ଦଳର ନଂ-୨:ପି.କେ ହେଲେ ଜେଡିୟୁ ଉପାଧ୍ୟକ୍ଷ!

646

ଭୁବନେଶ୍ୱର;୧୬,ଅକ୍ଟୋବର:ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି,ରାଜନୈତିକ ଦଳ ଗୁଡ଼ିକର ନିଜ ନିଜର ସଙ୍ଗଠନ ବୃଦ୍ଧି ପାଇଁ ତତ୍ପର ହୋଇପଡ଼ିଛନ୍ତି।ସେହି ଅନୁଯାୟୀ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଏକ ବଡ଼ ଚାଲ ଖେଳିଛି।ଦେଶର ପ୍ରମୁଖ ରାଜନୈତିକ ରଣନୀତିକାର କୁହା ଯାଉଥିବା ପ୍ରଶାନ୍ତ କିଶୋର(ପିକେ)ଙ୍କୁ ଦଳର ଉପାଧ୍ୟକ୍ଷ କରାଯାଇଛି।ପାର୍ଟି ପ୍ରବକ୍ତା କେ.ସି ତ୍ୟାଗୀ ଆଜି ଏହି ସୂଚନା ଦେଇଛନ୍ତି।ମାସକ ତଳେ ପ୍ରଶାନ୍ତ ଜେଡିୟୁରେ ଯୋଗ ଦେଇ ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ।ଆଜି ସେ ଦଳର ନଂ -୨।ସୂଚନାଯୋଗ୍ୟ ଯେ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଶାନ୍ତ ମୋଦୀଙ୍କୁ ସହାୟତା କରି ବିଜେପି ପାଇଁ ପ୍ରଚାର ଏବଂ ରଣନୀତି ପ୍ରସ୍ତୁତ କରିଥିଲେ।ପରେ ସେ ବିଜେପିଠାରୁ ଦୂରେଇ ଯାଇଥିଲେ।ବିଶେଷ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ତାଙ୍କର ମନୋମାଳିନ୍ୟ କାରଣରୁ ସେ ବିଜେପି ଠାରୁ ଦୂରେଇ ଯାଇଥିବା କୁହାଯାଏ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.