Home ଜିଲ୍ଲା ପରିକ୍ରମା ମାଳଦା ସୁନା ଦୋକାନୀ ବାଇକ ଡିକି ଭାଙ୍ଗି ଚୋରି

ମାଳଦା ସୁନା ଦୋକାନୀ ବାଇକ ଡିକି ଭାଙ୍ଗି ଚୋରି

74

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ମାଳଦା ବଜାରରେ ଥିବା ବାବାମଣି ଜୁଲଲର୍ସ ଆଣ୍ଡ ୱାର୍କସପ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ଚୋରି ହୋଇଛି ବୋଲି ଅଭିଯୋଗ ହୋଇଛି। ଧୁଷୁରୀ ଥାନା ନସଲାପୁର ଗ୍ରାମର ଶ୍ରୀଧର ସାହୁ ମାଳଦା ବଜାରରେ ଥିବା ନିଜ ସୁନା ଦୋକାନ ବନ୍ଦ କରିବାକୁ ଯାଇ ଦୋକାନ ସମ୍ମୁଖରେ ହିରୋହୋଣ୍ଡା ବାଇକ ଡିକିରେ ବ୍ୟବସାୟ ଅର୍ଥ କୋଡିଏ ହଜାର ଟଙ୍କା, ରୂପା ସାମଗ୍ରୀ, ସୁନା ଚେନ ଦୁଇଟା ଓ ସୁନାମୁଦି ଚାରିଟା ନାଲି ବ୍ୟାଗରେ ରଖିଥିଲେ। ଦୋକାନ ସଟର ପକାଇ ସାରି ବାଇକ ନିକଟକୁ ଆସି ସାମଗ୍ରୀ ଥିବା ବ୍ୟାଗ ଡିକି ଭାଙ୍ଗି ଚୋରି ହୋଇଯାଇଛି ବୋଲି ଦେଖିଥିଲେ। ଦୁଇ ଜଣ ଯୁବକ ନାଲି ରଙ୍ଗର ଓଡି ୨୨ କେ ୨୯୫୬ ନଂ ଆପାଚି ବାଇକରେ ଆସି ଡିକିଭାଙ୍ଗି ଚୋରି କରିଛନ୍ତି ବୋଲି ଦୋକାନ ସିସିଟିଭି ଫୁଟେଜରୁ ଜଣାପଡିଥିଲା। ଶ୍ରୀଧରଙ୍କ ଅଭିଯୋଗ କ୍ରମେ ଥାନାରେ ୧୫୦/୨୦ନଂ ମାମଲା ଋଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.