Home ଓଡ଼ିଶା ବିପଦସଙ୍କେତ ଉପରେ ବୈତରଣୀ; କଣ୍ଟିଘାଇ ମଧ୍ୟଦେଇ ଜଳ ପ୍ରବାହିତ

ବିପଦସଙ୍କେତ ଉପରେ ବୈତରଣୀ; କଣ୍ଟିଘାଇ ମଧ୍ୟଦେଇ ଜଳ ପ୍ରବାହିତ

83

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବୈତରଣୀ ନଦୀ ବିପଦସଙ୍କେତ ଅତିକ୍ରମ କରି କୂଳ ଲଙ୍ଘିଛି। ଶୁକ୍ରବାର ସକାଳେ ଆଖୁଆପଦା ଠାରେ ନଦୀ ବିପଦସଙ୍କେତ ସ୍ତର ୧୭.୮୩ମିଟରକୁ ଅତିକ୍ରମ କରି ସନ୍ଧ୍ୟା ସାତଟା ସମୟରେ ୧୮.୦୦ ମିଟରେ ପ୍ରବାହିତ ହେଉଛି। ଜଳସ୍ତର ଘଣ୍ଟାପ୍ରତି ୨ ମିମି ଧାରାରେ ବୃଦ୍ଧିପାଉଛି। ଜଳସ୍ତର ୧୮.୧୦ ମିଟରକୁ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି। ସନ୍ଧ୍ୟାରେ ନଦୀର ପ୍ରମୁଖ ଘାଇ କଣ୍ଟିଘାଇ ମଧ୍ୟ ଦେଇ ବନ୍ୟା ଜଳ କ୍ରମେ ପ୍ରବାହିତ ହେବା ଆରମ୍ଭ କରିଛି। ବର୍ଷା ଜଳ ନିଷ୍କାସିତ ହୋଇନପାରିଥିବା ଜମିରେ ବନ୍ୟା ଜଳ ପ୍ରବେଶ କରି ଜଳମଗ୍ନ କରିବାର ଆଶଙ୍କା ଦେଖାଦେଇଛି। ଅନ୍ୟ ପକ୍ଷରେ ଗତ ଚବିଶ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡରେ ବିଶେଷ ବର୍ଷା ହୋଇନଥିବାରୁ ଜଳପତ୍ତନ ବୃଦ୍ଧିର ବିଶେଷ ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଚବିଶ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ କେନ୍ଦୁଝରରେ ୧୮.୮ ମିମି, ଚମ୍ପୁଆରେ ୪୦.୨ ମିମି., ଠାକୁରମୁଣ୍ଡାରେ ୭.୦ ମିମି., ସ୍ୱାମୀପାଟଣାରେ ୧୧.୮ ମିମି., ଆନନ୍ଦପୁରରେ ୧.୪ ମିମି. ଓ ଆଖୁଆପଦାରେ ୮.୪. ମିମି. ବର୍ଷା ରେକର୍ଡ କରାଯାଇଛି ବୋଲି ଆଖୁଆପଦାସ୍ଥିତ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟର ବନ୍ୟା ନିୟନ୍ତ୍ରଣ କକ୍ଷ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.