Home ଜିଲ୍ଲା ପରିକ୍ରମା ଗଣେଶ ପୂଜା ପାଇଁ ଆରଡିପୀଠରେ ୧୪୪ଧାରା ଜାରି – କଟକଣା ମଧ୍ୟରେ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ...

ଗଣେଶ ପୂଜା ପାଇଁ ଆରଡିପୀଠରେ ୧୪୪ଧାରା ଜାରି – କଟକଣା ମଧ୍ୟରେ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ପୂଜା ପାଇଲେ ବୁଢାଗଣେଶ – ଲାଗି ହେଲା ୧୦୮ଭୋଗ ଥାଳି

67

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରଙ୍ଗଣରେ ଥିବା ବୁଢାଗଣେଶଙ୍କର ପୂଜାର୍ଚ୍ଚନା ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପୀଠରେ ୧୪୪ଧାରା ଜାରି କରାଯାଇଥିବାରୁ କଟକଣା ମଧ୍ୟରେ ସୀମିତ ସେବାୟତ ମନ୍ଦିରରେ ଉପସ୍ଥିତ ରହି ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ। ଶନିବାର ଭୋର ମନ୍ଦିର ପହଡ ଖୋଲିବା ପରେ ଦୈନଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି ଆଦି ନୀତି ସମ୍ପନ୍ନ ହେବା ପରେ ବୁଢାଗଣେଶଙ୍କ ପୂଜା ମଣ୍ଡପରେ ଘଟସ୍ଥାପନ, ଷୋଡଶ ଉପଚାର ପୁଜା, ହୋମ ଆଦି ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ସେବାୟତଙ୍କ ପକ୍ଷରୁ ୧୦୮ଭୋଗ ଥାଳି ଲାଗି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.