Home ଜିଲ୍ଲା ପରିକ୍ରମା ମାଳଦା ସମବାୟ ସମିତି; ଚାଷୀ ପଞ୍ଜିକରଣ ଦଲାଲ ରାଜକୁ ବିରୋଧରେ ଚାଷୀଙ୍କ ଅସନ୍ତୋଷ

ମାଳଦା ସମବାୟ ସମିତି; ଚାଷୀ ପଞ୍ଜିକରଣ ଦଲାଲ ରାଜକୁ ବିରୋଧରେ ଚାଷୀଙ୍କ ଅସନ୍ତୋଷ

34

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମାଳଦା ପ୍ରାଥମିକ କୃଷି ସମବାୟ ସମିତିରେ ଦଲାଲରାଜ ଯୋଗୁଁ ଗତ ଖରିଫ ଧାନକ୍ରୟରେ ଚର୍ଚ୍ଚାରେ ରହିଥିବା ବେଳେ ସମ୍ପ୍ରତି ଚାଲିଥିବା ଚାଷୀ ପଞ୍ଜିକରଣରେ ଦଲାଲମାନେ ଆଗାମୀ ଧାନକ୍ରୟ ସୁବିଧାକୁ ହାତେଇ ନେବାକୁ ମସୁଧା ଚଳାଇଛନ୍ତି । ସମିତି ଦାଇତ୍ୱରେ ଥିବା ପ୍ରଶାସକ ଦଲାଲଙ୍କ ପୃଷ୍ଠପୋଷକ ସାଜିଛନ୍ତି । ଗତ ଧାନକ୍ରୟ ସମୟରେ ଦଲାଲଙ୍କ ବୋଲକରା ସମ୍ପାଦକ ଓ ଡାଟା ଏଣ୍ଟ୍ରୀ ଅପରେଟର ରଖାଯିବା ବ୍ୟବସ୍ଥା ଅନୁରୂପ ଚଳିତ ବର୍ଷ ମଧ୍ୟ କରାଯାଇଛି । ଯେଉଁ ଦଲାଲଙ୍କ ପାଇଁ ସମିତି ବଦନାମ ହେଲା ସେହି ଦଲାଲ ଓ ତାଙ୍କ ବ୍ୟବସାୟୀ ବନ୍ଧୁମାନେ ବୋଲକରା ସମ୍ପାଦକ ଓ ବିନାନିଯୁକ୍ତିରେ ମନପସନ୍ଦ ଏକାଧିକ ଡାଟାଏଣ୍ଟୀ ଅପରେଟରକୁ ନେଇ ଚାଷୀ ପଞ୍ଜିକରଣ କାର୍ଯ୍ୟ ଚଳାଯାଉଛି । ଏହାକୁ ନେଇ ଶୁକ୍ରବାର ବହୁ ଚାଷୀ ସମିତି କାର୍ଯ୍ୟାଳୟରେ ପହଞ୍ôଚ ବିଷେଦଗାର କରଥିଲେ । ମୁକୁନ୍ଦ ଚରଣ ମଲ୍ଲିକ, ଅଜୟ କୁମାର ରାଉତ, କୈଳାସ ଦାସ, ଦେବାଶିଷ ପଣ୍ଡା, ସନ୍ତୋଷ ପୁହାଣ, ଅଭୟ ବେହେରା, ଗଦାଧର ଦାସ, ସୁଦର୍ଶନ ସାମଲ, ରଞ୍ଜିତ ସାମଲ, ବିଜୟ ଜେନା, ଶୁକଦେବ ଦାସ, ଅନିଲ ଦାସ, ଶିଶିର ସାମଲ, ବିକାଶ ନାୟକ, ଦୀପକ ନାୟକ ପ୍ରମୁଖ ଚାଷୀ ସମିତି କାର୍ଯ୍ୟାଳୟକୁ ଯାଇ ପ୍ରଶ୍ନ କରିଥିଲେ । ଗତ ଶନିବାର ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଚାଳିଶଟି ଫର୍ମ ସଂପୃକ୍ତ ଦଲାଲ ହାତେଇବାକୁ ସମର୍ଥ ହୋଇଥିବାରୁ ପଞ୍ଜିକରଣରେ ହେରଫେର କରାଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଥିଲେ । ସମ୍ପାଦକ ଅନୁପସ୍ଥିତ ଥିବାରୁ ବିରକ୍ତି ପ୍ରକାଶ କରି ଚାଷୀମାନେ ସମିତିରେ ଚାବି ପକାଇବେ ବୋଲି ଚେତାବନୀ ଦେଇଥିଲେ । ସବୁକିଛଇ ଠିକଠାକ ଚାଳିଛି ବୋଲି ପ୍ରଶାସକ ସତ୍ୟ ସେଠୀ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.