Home ଜିଲ୍ଲା ପରିକ୍ରମା ପୁଣି ତେଜିଲା ଜଗନ୍ନାଥପ୍ରସାଦ ସୈରାତ ବିବାଦ, ନଦୀବନ୍ଧ ଗୋଡା ହଟାଇବା ଦାବିରେ ଶନିବାର ହେବ ଧାରଣା

ପୁଣି ତେଜିଲା ଜଗନ୍ନାଥପ୍ରସାଦ ସୈରାତ ବିବାଦ, ନଦୀବନ୍ଧ ଗୋଡା ହଟାଇବା ଦାବିରେ ଶନିବାର ହେବ ଧାରଣା

34

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ଜଗନ୍ନଥପ୍ରସାଦ ବୈତରଣୀ ସୈରାତରୁ ବାଲି ଉତ୍ତୋଳନ ପାଇଁ ଜଳସମ୍ପଦ ବିଭାଗର ଅନୁମତି ବିନା ନିଲାମଧାରୀଙ୍କ ପକ୍ଷରୁ ନଦୀବନ୍ଧ ଗୋଡା ନିର୍ମାଣ କରାଯାଇଛି । ନଦୀବଦ୍ଧ ଦୁର୍ବଳ ଥିବା ଓ ଏହା ଉପରେ ଭାରି ଯାନ ଚଳାଚଳ ବନ୍ଧ ପ୍ରତି ବିପଦ ସୃଷ୍ଟି କରିବା ବିଭାଗ ସ୍ୱୀକାର କରିଛି । ତେଣ ୁ ଏହି ଗୋଡାକୁ ହଟାଇବା ଦାବିରେ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଶନିବାର ଆଖୁଆପଦା ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବାକୁ ନିଷ୍ପତ୍ତି ହୋଇଛି । କମିଟିର ଆବାହକ ଅକ୍ଷୟ କୁମାର ତ୍ରିପାଠୀ ଏଥିନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ରଗତ ୩୦ ତାରିଖରେ ପ୍ରଦାନ କରିଥିଲେ । ମାତ୍ର ବିଭାଗ କର୍ଣ୍ଣପାତ ନକରିବାରୁ ଶନିବାର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ସୂଚନା ପ୍ରଦାନ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.