Home ଜିଲ୍ଲା ପରିକ୍ରମା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ପାଇଁ ସାରାରାତି ଥାନାରେ ଧାରଣା, ବୁଝାମଣା ପରେ ପ୍ରତ୍ୟାହୃତ

ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ପାଇଁ ସାରାରାତି ଥାନାରେ ଧାରଣା, ବୁଝାମଣା ପରେ ପ୍ରତ୍ୟାହୃତ

57

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମୋବାରକପୁର ଗ୍ରାମରେ ଗତ ଗୁରୁବାର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବା ପ୍ରତିବାଦରେ ଗ୍ରାମର ଜନୈକ ଆଦିବାସୀ ପରିବାର ସମେତ କେତେକ ବ୍ୟକ୍ତି ଥାନାରେ ଧାରଣା ଦେଇଥିଲେ । ସମ୍ବାରି ମୁଣ୍ଡା ବିଦ୍ୟୁତ କର୍ମଚାରୀଙ୍କ ନାମରେ ଏତାଲା ବି ଦେଇଥିଲେ । ସାରାରାତି ଧାରଣାରେ ବସିବା ପରେ ସକାଳେ ବିଦ୍ୟୁତ ବିଭାଗ ଡେପୁଟି ମ୍ୟାନେଜର(ବାଣିଜ୍ୟ) ନିହାରକାନ୍ତ ଜେନା ଧରଣାରତ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ସମ୍ବାରି ମୁଣ୍ଡାର ବିଦ୍ୟୁତ ବିଚ୍ଛିନ୍ନ କରାଯାଇନଥିବା ବରଂ ଫ୍ୟୁଜ ଯିବା କାରଣରୁ ସରବରାହ ବାଧାପ୍ରାପ୍ତ ହୋଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଗତ ଗୁରୁବାର ଗ୍ରାମରେ କେତେକ ଉପଭୋକ୍ତା ହୁକ ପକାଇ ବିଦ୍ୟୁତ ଚୋରି କରୁଥିବା ସୂଚନା ପାଇ ବିଦ୍ୟୁତ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଆଠ ଜଣଙ୍କ ଉପରେ ଜରିମାନା କରାଯାଇ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜନୈକ ବ୍ୟକ୍ତି ପ୍ରାୟୋଜିତ ଧାରଣା ବ୍ୟବସ୍ଥା କରାଇଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପରିସ୍ଥ ଆଦେଶ ମୁତାବକ କର୍ତ୍ତବ୍ୟ ପାଳନ କରୁଥିବା ବେଳେ କର୍ମଚାରୀଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ମନୋବଳ ଭାଙ୍ଗିବା ଉଦ୍ୟମ କରାଯାଉଛି ବୋଲି ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିଆ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.